Education

ଆମ୍ବେଦକର ଙ୍କ ଜୟନ୍ତୀ ଉପଲକ୍ଷେ ବିଏସପି ତରଫରୁ ସଚେତନତା ଶୋଭାଯାତ୍ରା 

ପାରାଦ୍ୱୀପ ::- ଭାରତ ସ୍ୱାଧୀନତା ହାସଲ କରିବା ପରେ ଦେଶକୁ ଚଲେଇବା ପାଇଁ ଯେଉଁ ଵିଧି ବ୍ୟବସ୍ତା ଲିଖିତ ଆକାରରେ ପରିପ୍ରକାଶ କରାଗଲା ତାହା ହେଉଛି ସମ୍ବିଧାନ ପୁସ୍ତକ ! ଏହାକୁ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଲେଖିଥିଲେ !ବର୍ତ୍ତମାନ ସମୟରେ ସେଇ ସମ୍ବିଧାନ ଆଜି ବିପଦରେ !ଭାରତରେ ସତ୍ତା ସମ୍ଭାଳି ଥିବା ସରକାର ସମ୍ବିଧାନର ନୀତିନିୟମକୁ ଉଲଂଘନ କରିବାକୁ ପଛାଉ ନାହାନ୍ତି !ସମ୍ବିଧାନର ସୁରକ୍ଷାପାଇଁ ଜଗତସିଂହପୁର ଜିଲ୍ଲା ବିଏସପି ମୋର୍ଚ୍ଚା ତରଫରୁ ଶ୍ରୀମାନ ବିଭୁତି ଭୂଷଣ ମାଝିଙ୍କ ତତ୍ୱାବଧାନରେ ଏକ ବାଇକ ରାଲି ପାରାଦ୍ୱୀପର ରଙ୍ଗିଆଗଡ଼ ନିକଟରୁ ବାହାରି ଜିଲ୍ଲା କଲେକ୍ଟର ଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲା ! ରଙ୍ଗିଆଗଡ଼ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆରମ୍ଭ ହୋଇ ପାରାଦ୍ୱୀପ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଆସି, ସେଠାରେ ମଧ୍ୟ ମାଲ୍ୟାର୍ପଣ କରାଯାଇ ଜୟଭୀମ ନାରା ଲଗେଇ ଜିଲ୍ଲା ମୁଖ୍ୟ ଦପ୍ତର ଅଭିମୁଖେ ଆସିଥିଲା !ଜଗତସିଂହପୁର ଠାରେ ବାବାସାହେବଙ୍କ ପୂର୍ଣ୍ଣଅବୟବ ନିକଟରେ ମଧ୍ୟ ମାଲ୍ୟାର୍ପଣ କରାଯାଇ ଏକ ସଭା ର ଆୟୋଜନ ହୋଇଥିଲା ! ଜିଲ୍ଲା ବିଏସପି ସଭାପତି ଅଜୟ କୁମାର ବେହେରା ସଭାପରିଚାଳନା କରିଥିବା ବେଳେ ପାରାଦ୍ୱୀପର ଯୁବ ନେତା ଅଞ୍ଜନ କୁମାର ମଲ୍ଲିକ, ତିର୍ତ୍ତୋଲର ଯୁବନେତା ସମୀର କୁମାର ସାମଲ, ମହିଳା ମୋର୍ଚ୍ଚା ସଭାପତି କନକଲତା ମଲ୍ଲିକ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button