State
ଛତିଆ ରେ ସାର୍ଵ ଜନିନ ବାସନ୍ତି ଦୁର୍ଗା ପୂଜା ଅନୁଷ୍ଠିତ


ଚଳିତ ମାସ 14ତାରିଖ ଠାରୁ 18ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଛତିଆ ରେ ସାର୍ଵ ଜନିନ ବାସନ୍ତି ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି, ଗତକାଲି ଷଷ୍ଠି ପୂଜା ବିଲ୍ଵଧିବାସ କଳସ ଯାତ୍ରା ଆଜି ସୂର୍ଯ୍ୟ ପୂଜା ଗୋ ପୂଜା ଚ କ୍ଷୁ ଦାନ ଷୋଡଶ ଉପଚାର ପୂଜା ଚଣ୍ଡୀ ପାଠ ଆସନ୍ତା ତିନି ଦିନ ବ୍ୟାପି ହୋମ ଯଂଜ୍ଞ ଚଣ୍ଡୀ ପାଠ କୁସମାଣ୍ଡ ବଳି ଅପରାଜିତା ଓ ମଣ୍ଡା ପୂଜା ଅନୁଷ୍ଠିତ ହେବ, ପ୍ରଦୀପ୍ତ ସାହୁ ଓ ତାଙ୍କ ପତ୍ନୀ କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିବା ବେଳେ ପଣ୍ଡିତ ତାପସ ରଞ୍ଜନ ଶତପଥି କିଶୋର ଚନ୍ଦ୍ର ପଣ୍ଡା ଓ ଅଶ୍ୱନୀ କୁମାର ଷଡ଼ଙ୍ଗୀ ବେଦ ପାଠ କରୁଛନ୍ତି, ଦୁର୍ଗା ପୂଜା କମିଟି ର ସଭାପତି ଅକ୍ଷୟ କୁମାର ନନ୍ଦ କୋଷାଧକ୍ଷ ପଦ୍ମ ଲୋଚନ ସାହୁ ପରିଚାଳକ ଗଣେଶ ଚନ୍ଦ୍ର ନନ୍ଦ ସଭ୍ୟ ଅକ୍ଷୟ କୁମାର ସାହୁ ପ୍ରଫୁଲ୍ଲ କୁମାର ସାହୁ ରଘୁନାଥ ନନ୍ଦ ଓ ସମସ୍ତ ଛତିଆ ଗ୍ରାମ ବାସି ଏଥିରେ ସହଯୋଗ କରିଥିବା ଦେଖିବାକୁ ମିଳୁଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




