Education

ସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଗଣିତ ଓ ବିଜ୍ଞାନ ଅଲମ୍ପିୟାଡ଼ କାର୍ଯ୍ୟ କ୍ରମ ଅନୁଷ୍ଠିତ

 

ଆଜି ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ସୋଲର ଉର୍ଣ୍ଣିତ ପ୍ରକଳ୍ପ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ଗଣିତ ଓ ବିଜ୍ଞାନ ଅଲମ୍ପିୟାଡ଼ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ବିଦ୍ୟାଳୟ ରେ ନବମ ଓ ଦଶମ ଶ୍ରେଣୀରୁ ମୋଟ 25ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ କ୍ଳବ ଗଠନ କରାଯାଇଥିଲା, ଯେଉଁ ମାନଙ୍କର ଗଣିତ ଓ ବିଜ୍ଞାନ ଉପରେ ଯଥେଷ୍ଟ ଦକ୍ଷତା ରହିଛି, ଉକ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଗଣିତ ବିଜ୍ଞାନ ଅଲମ୍ପିୟାଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ବିଭିନ୍ନ ପ୍ରକଳ୍ପ ମାନ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା, ପ୍ରଧାନ ଶିକ୍ଷକ ଆନନ୍ଦ ଚରଣ ସେଠି ଏଥିରେ ଅଧକ୍ଷତା କରିଥିଲେ, ସ୍ଥାନୀୟ ଇଛାନଗର ପାଟଣା କ୍ଲ ଷ୍ଟର ର ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ CRCC ରଶ୍ମିରଂଜନ ସେଣ୍ଡ ମୁଖ୍ୟ ବିଚାରକ ଭାବରେ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ, କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ, ମୋନାଲିସା ସାହୁ ଉତ୍ତମ କୁମାର ଷଡ଼ଙ୍ଗୀ ପ୍ରଶାନ୍ତିନି ଭୂଇଁଆ ହରି ହର ବିଶ୍ୱାଳ ସବିତା ନାୟକ ଇତିଶ୍ରୀ ଦାସ ଆରତୀ ସିଂହ ମିନା କୁମାରୀ ଦାସ କଲ୍ୟାଣୀ ଶତପଥି ପ୍ରାଚୀ ପ୍ରଭା ସ୍ୱାଇଁ ଅନାପୂର୍ଣା ମହାନ୍ତି ପ୍ରସନ ସାମଲ ରେଖା ମିଶ୍ର ନମିତା ପ୍ରଧାନ ସୁଜାତା ମାଣିକ ମୋନାଲିସା ନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button