ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃ ନିଳୟମ ର ଷଡ଼ବିଂଶ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ


ଛତିଆ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃ ନିଳୟମ ର ଷଡ଼ବିଂଶ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି, ସମ୍ପାଦକ ଭାଗ୍ୟଧର ସାମଲ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ ବାର୍ଷିକ ଉତ୍ସବ ରେ ପ୍ରଥମେ ଦିବ୍ୟ ଜନନୀ ଶ୍ରୀ ମା ଓ ଯୋଗୀଶ୍ରୀ ଅରବିନ୍ଦ ଙ୍କ ଅର୍ଗାନ ମ୍ୟୁଜିକ ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ସରୋଜିନୀ ଅପା ମାତୃ ସଂଗୀତ ଗାନ କରିଥିବା ବେଳେ ଶିକ୍ଷାର୍ଥୀ ଗଣ ଏଥିରେ ସହଯୋଗ କରିଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଶଙ୍ଖ ଧ୍ୱନି ଓ ବେଦ ପାଠ କରାଯାଇଥିଲା, ପରିଚାଳନା କମିଟି ସଦସ୍ୟ ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ,ରାକେଶ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ, ନମିତା ରାୟ ବିବରଣୀ ପାଠ କରିଥିଲେ,ରବୀନ୍ଦ୍ର ନାଥ ସୁତାର ସଭାପତିତ୍ୱ କରିଥିଲେ,ମାତୃ ଭବନ କଟକ ର ଶ୍ରୀମତୀ ମନୋରମା ନାୟକ ମୁଖ୍ୟ ଅତିଥି ଓ ଡକ୍ଟର ସୁଶାନ୍ତ କୁମାର କର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା, ଶିଶୁ ମାନଙ୍କର ଉଜ୍ବଳ ଭବିଷ୍ୟତ, ଶିକ୍ଷକ ଓ ଅଭିଭାବକ ଙ୍କ କର୍ତ୍ତବ୍ୟ ସମ୍ପର୍କ ରେ ଗଭୀର ଆଲୋକ ପାତ କରିଥିଲେ, ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଦ୍ୱାରା କିପରି ଶାରୀରିକ ବ୍ୟାୟାମ ସାଧନ ହୋଇଥାଏ ସେ ସମ୍ପର୍କ ରେପିଲା ମାନଙ୍କୁ ବୁଝାଇଥିଲେ,ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ କ୍ରମ ନାଚ ଗୀତ ଆଦି ପରିବେଷଣ କରାଯାଇଥିଲା, ଶ୍ରଦ୍ଧାଞ୍ଜଳି, ପୁଷ୍ପାଞ୍ଜଳି, ଲିପି, ରୁକ୍ମଣୀ, ସସ୍ମିତା, ଓ ମଣ୍ଟୁ ଏହାକୁ ପରିଚାଳନା କରିଥିଲେ, ପରିଚାଳନା କମିଟି ସଦସ୍ୟ ମାତୃ ନିଳୟମ ର ପୂର୍ବତନ ଅଧକ୍ଷ ଶିକ୍ଷାବିତ ଶତ୍ରୁଘ୍ନ ପ୍ରଧାନ ବଂଶୀଧର ରାଉତ ଅଭିରାମ ଦାସ ସଂଗ୍ରାମ କେଶରୀ ଦାସ ଓ ଶରତ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ମାତୃ ନିଳୟମ ର ଅଧକ୍ଷ ଦିଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ, ସମସ୍ତ ଅପା, ଭାଇ, ପରିଚାଳନା କମିଟି ସଭ୍ୟ ସଭ୍ୟା ଓ ଅଭିଭାବକ ମଣ୍ଡଳୀ ଉକ୍ତ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




