Education

ଘଣ୍ଟାପଡ଼ା ହାଇସ୍କୁଲରେ ବ୍ଳକ ସ୍ତରୀୟ ମାସିକ ପ୍ରଧାନଶିକ୍ଷକ ସମ୍ମିଳନୀ

କଣ୍ଟାମାଳ, ୧୨/୪:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ହାଇସ୍କୁଲରେ ବ୍ଳକ ସ୍ତରୀୟ ପ୍ରଧାନଶିକ୍ଷକ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ କୁମାର ସେଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ସ୍କୁଲ କ୍ଲବ, ବୁକ ବ୍ୟାଙ୍କ, ୟୂଡାଇସ,ଡ୍ରଫ୍ ଆଉଟ ଓ ବିଦ୍ୟାଳୟର ସମସ୍ତ ଆସବାବପତ୍ରର ସୁପରିଚାଳନା ଏବଂ ତାହାର ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରିଥିଲେ। ସେହିପରି ଓସେପାପକ୍ଷରୁ କନସୁଲାଣ୍ଟ ସିମରନଜିତ ସିଂ ସମ୍ମିଳନୀରେ ଯୋଗ ଦେଇ ବିଦ୍ୟାଳୟର ବିଭିନ୍ନ ବିଷୟରେ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତବାସ ପଣ୍ଡା ସ୍ଵାଗତ ଭାଷଣ ସହ ଉଦ୍ଦେଶ୍ୟଜ୍ଞାପନ କରିଥିବା ସ୍ଥଳେ ନୂଆଁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଲିପୁନ ପ୍ରଧାନ ଓ ସନ୍ତୋଷ ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟର ପରିବେଶ, ଇ-ଲାଇବ୍ରେରୀ, କମ୍ପୁଟର ହଲ, ବିଜ୍ଞାନ ପରିକ୍ଷାଗାର, ସ୍ମାର୍ଟ ବୋର୍ଡ ସହ ଶ୍ରେଣୀ କୋଠରୀ,ଭୋକେସନାଲ ଲ୍ୟାବ, ଶୌଚାଳୟ ଆଦି ବୁଲି ଦେଖି ପ୍ରତିକ୍ରିୟାରେ ବାସ୍ତବିକତାକୁ ଉପଲବ୍ଧି କରି ଖୁସି ପ୍ରକଟ ସହ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button