Education

୭ମ ମାସିକ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ

 

ବିନିକା, ୧୨/୪ (ସମର୍ଥ ନ୍ଯୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ଦଧିବାମନ ଉଚ୍ଚ ବିଦ୍ୟାଳୟରେ ସପ୍ତମ ମାସିକ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଆଜି ଏକ ବୈଠକ ହୋଇଥିଲା। ଦଧିବାମନ ଉଚ୍ଚ ବିଦ୍ୟିଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦେହେରୀ ସଭାପତିତ୍ବ କରିଥିଲେ। ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରକଳ୍ପ ତତ୍ଵବଧାରକ ଅଧିକାରୀ ମୋ ସ୍କୁଲ ଅଭିଯାନ, ଓଡ଼ିଶା ଦେବାଶିଷ ପ୍ରଧାନ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷକ ମଧୁସୂଦନ ମହାକୁର ସଭା ପରିଚାଳନା କରିଥିଲେ। ଶିକ୍ଷକ ଅଶୋକ କହଁର, ରାଜେଶ ସାହୁ, ଶିକ୍ଷୟିତ୍ରୀ ହେମଳତା ମଲ୍ଲିକ, ପଦ୍ମିନୀ ମଲ୍ଲିକ, ମିତ୍ରା ଭୋଇ, ଅରୁଣ କୁମାର ପୂଜାରି, ବିଶ୍ଵନାଥ ପାଣ୍ଡେ ଆଦି ସହଯୋଗ କରିଥିଲେ।

 

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ

Related Articles

Back to top button