Religion

ନବ ନିର୍ମିତ ମା’ ବାଟମଙ୍ଗଳା ମନ୍ଦିର ନିର୍ମାଣାର୍ଥେ କଳସ ଯାତ୍ରା

ଢେଙ୍କାନାଳ, ୧୦/୪ : ବାଜିଚୌକସ୍ଥିତ ଓଭର୍ ବ୍ରିଜ୍ ତଳେ ମା’ ବାଟ ମଙ୍ଗଳାଙ୍କ ନୂତନ ମନ୍ଦିର ସ୍ଥାପନ ନିମନ୍ତେ ୧୫୧ ପୁରୁଷ ଓ ମହିଳାଙ୍କ ଦ୍ବାରା କଳସ ଶୋଭାଯାତ୍ରା ସ୍ଥାନୀୟ ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ସହ ଏବଂ ବାଦ୍ୟ ଦ୍ବାରା ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ ହୋଇ ଅଧୁବାସ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୧୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖରେ ବିଗ୍ରହ ପ୍ରତିଷ୍ଠା ସହିତ ପୂର୍ଣହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ଅନୁଗୁଳର ମୁଖ୍ୟ ପୂଜକ ଅଶୋକ କର ଓ ତାଙ୍କ ସାଥୀମାନେ ସମସ୍ତ ପୁଜାକୁ ସୂଚାର ରୂପେ ପାଳନ କରୁଥିବାବେଳେ କର୍ତା ରୁନିଆ ସାହୁ, ସଭାପତି ଶ୍ରୀକାନ୍ତ ରଣା, ଉପସଭାପତି ନିର୍ମଳ ରାଉତ, କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, କର୍ମକର୍ତା ଶଶି ପାଣ୍ଡେ, ମେଘନାଦ ସାହୁ, ଅମିତ୍ ପାଣ୍ଡେ, ଆଶୁତୋଷ ଦାସ, ମନୋରଞ୍ଜନ ଜେନା, ମଦନ ବେହେରା, ପିନୁ ରାଉତ, ବିଶ୍ୱଜିତ୍ ବେହେରା, ତୁଷାର ମଲ୍ଲିକ, ଗୁଡୁ ସିଂ, ଶିବୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି ।

Related Articles

Back to top button