Religion

ଈଦୁଲଫିତାର ପର୍ବ ପାଳନ ଅବସର ରେ

 ଆଜି ସୋଲର ପଂଚାୟତ ଛତିଆ ପାଇକେରା ପୁର ମୁସଲିମ ବସ୍ତି ରେ ପବିତ୍ର ଇ୨ଫିତାର ପର୍ବ ପାଳନଉଦଯାପନ ଅବସର ରେ ମୌଲନା ମୁଫୋତି ମବିନୁଲ ହୁଦା ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ପ୍ରାତଃ ରୁ ମଜିଦ ରେ ସମୂହ ନମାଜ ପାଠ ପୂଜାର୍ଚନା ମିଳନ ପର୍ବ ମିଷ୍ଟାର୍ଣ ବଣ୍ଟନ ପରେ ନିକଟସ୍ଥ ଛତିଆ ସ୍ଥିତ ମଜାର ପୀଠ କୁ ଯାଇ ପୂଜା କରି ପୁନଶ୍ଚ ମଜିଦ କୁ ଫେରିଥିଲେ, ପ୍ରତେକ ପରସ୍ପର କୁ ଭାଇଚାରା ର ପବିତ୍ର ସମ୍ପର୍କ ରେ କୋଳାଗ୍ରତ କରିଥିଲେ, ସୋଲର ପଂଚାୟତ ର ପୂର୍ବତନ ସରପଞ୍ଚ ନୀଳମଣି ରାଉତ ବସ୍ତି ରେ ପହଂଚି ମିଷ୍ଟାର୍ଣ ବଣ୍ଟନ କରିବା ସହିତ ଇ୨ଫିଟର ଅବସର ରେ ସମସ୍ତ ଙ୍କର ଶୁଭ କାମନା କରିଥିଲେ, ସନ୍ଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ ନାଚ ଗୀତ ଆଦି ଧୁମ ଧାମ ରେ ଅନୁଷ୍ଠିତ ହୋଇଥିଲା,ମୁସ୍ତାକ ଅଲିଖାନ ମହମଦ ସାହିଦ ୟୁପି ଖାନ ଅହମଦ ରଜାକ ଏସକେ ମୁସ୍ତାକ ମହମଦ ସାଜିତ ଏସକେ ୱାସୀମ ସେକ ସୁଜାତା ସେକ ମ ଉ ସିମ ସେକ ଆସିକି ମୁନ ସାଫ ଅଲିଖାନ ପ୍ରମୁଖ ଉକ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ମୁସଲିମ ଭାଇ ଏଥିରେ ସହଯୋଗ କରିଥିଲେ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ଓ ବିଧାୟକ ଅମର ଶତପଥି ଙ୍କ ପୁତ୍ର ଅଦ୍ୱିତୀୟ ଶତପଥି ଉକ୍ତ ପର୍ବ ରେ ଯୋଗ ଦେଇ ବସ୍ତି ବାସିନ୍ଦା ଙ୍କୁ ଉତ୍ସାହିତ କରାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button