ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ହିନ୍ଦୁ ନବ ବର୍ଷ ପାଳିତ ।


କଣ୍ଟାମାଳ, ୯/୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ରାଷ୍ଟ୍ରିୟ ହିନ୍ଦୁ ନବ ବର୍ଷ ହର୍ଷୋଲ୍ଲାସର ସହିତ ପାଳିତ ହୋଇଯାଇଛି। ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସମାଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଶିବ ମନ୍ଦିର,ଜଗନ୍ନାଥ ମନ୍ଦିର ଦର୍ଶନ କରି ଗ୍ରାମ୍ୟ ପରିକ୍ରମା କରିଥିଲେ। ସେହିପରି ଆମ୍ବଗାଁ ଶିବ ମନ୍ଦିରରେ ଭଗତ ସିଂ ଶାଖା ତରଫରୁ ନବ ବର୍ଷ ପାଳନ କରିଥିଲେ। ସେହିପରି ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ମନ୍ଦିର ଦର୍ଶନ କରି ଖୁଣ୍ଟିଗୋରା ଓ ମସିଣାଗୋରା ଗ୍ରାମ ପରିକ୍ରମା କରିଥିଲେ। ଏପରିକି ଉକ୍ତ ପଞ୍ଚାୟତ ଗ ରୁଗୁଡ଼ିପାଲିସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ମାନବ ସେବା ସଦନ ଓ ଯୁବ ସମାଜର ଅନେକ ସଦସ୍ୟ ନବବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।ସ୍ଥାନୀୟ ଶିବ ମନ୍ଦିରରୁ ଦର୍ଶନ ସାରି ଏକ ବାଇକ ରାଲିରେ ବାହାରି ଖୁଣ୍ଟିଗୋରା ସ୍ଥିତ ଜଗନ୍ନାଥ ମନ୍ଦିର,ବନ୍ଧଗୋରା ଶିବ ମନ୍ଦିର,ରେଘାମୁଣ୍ଡାସ୍ଥିତ ଶିବ ମନ୍ଦିର, କଣ୍ଟାମାଳ- ବନ୍ଧପାଲିସ୍ଥିତ ଶ୍ରୀରାମ ମନ୍ଦିର, ଘଣ୍ଟାପଡ଼ାସ୍ଥିତ ଶିବ , ଜଗନ୍ନାଥ ଓ ସମଲେଶ୍ଵରୀ ମନ୍ଦିର, ଆମ୍ବଗାଁ ଶିବ ମନ୍ଦିର ଦର୍ଶନ କରିଥିଲେ। ଉକ୍ତ ଟିମରେ ପ୍ରାୟ୪୦/୫୦ଟି ବାଇକରେ ଶ୍ରୀରାମ ଭଜନ ସହ ନବବର୍ଷ ପାଳନ କରିଥିଲେ। ସୁଶାନ୍ତ ବାରିକଙ୍କ ତତ୍ତ୍ଵାବଧାନରେ ମାନବ ସେବା ସଦନର ସଭାପତି ବଳରାମ ବାଘ, ସଂପାଦକ ବଂଶୀଧର ମାଝୀ, ଯୁବ ସମାଜର ଶଙ୍କର ସାହୁ ପ୍ରମୁଖ ଶତାଧିକ ବ୍ୟକ୍ତି ସାମିଲ ଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




