ବରା ଦିବସ ପାଳନ ପାଳିତ


-ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ଆନୁକୁଲ୍ୟରେ ବରା ଦିବସ ଢେଙ୍କାନାଳ ସହରରେ ଥିବା ଏକ ମଣ୍ଡପ ଠାରେ ଫୋରମର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେୃତ୍ୱରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଅକ୍ଷୟ କୁମାର ମହାନ୍ତି , ହର୍ଷବର୍ଦ୍ଧନ ସିଂହ ଦେଓ, ସୁନିଲ୍ ଶର୍ମା, ବାବୁଚାନ୍ଦ୍ଦ ମହାଳିକ, ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା ତଥା ସମାଜର ସବୁ ବର୍ଗର ନାଗରିକ ମାନଙ୍କ ଉପସ୍ଥିତିରେ ବରା ଦିବସ ପାଳନ ହୋଇଥିଲା । ଢ଼େଙ୍କାନାଳ ମାଟିର ବିରିବରାକୁ ଗୁଡ଼ିଆ ଘରର ପୁଅମାନେ ବର୍ଷ ବର୍ଷ ଧରି ତିଆରି କରି ବିକ୍ରୀ କରୁଥିଲେ । ଏହି ବିରିରେ ତିଆରି ହୋଇଥିବା ବରା କୁ ଗରିବ ଲୋକମାନେ ବେଶୀ ପସନ୍ଦ କରୁଥିଲେ ଏବଂ ଏହି ବରା ଖାଇବା ଦ୍ୱାରା 4/5 ଘଂଟା ପର୍ଯ୍ୟନ୍ତ ଭୋକ ହେଉନଥିଲା । ଢେଙ୍କାନାଳ ବରା କେବଳ ଢ଼େଙ୍କାନାଳ ନୁହଁ ବରଂ ଓଡ଼ିଶା ଓ ଭାରତବର୍ଷରେ ଖ୍ୟାତି ଅର୍ଜନ କରିସାରିଛି ।




