ଶ୍ରଦ୍ଧା ଓ ପ୍ରେମର ଇଫତାର ପାର୍ଟି, ଭାତୃପ୍ରେମ ସ୍ଥାପନ କରେ !


ତିର୍ତ୍ତୋଲ ::– ସାରା ବସୁଧା ଏକ କୁଟୁମ୍ବ ନ୍ୟାୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ସାମ୍ପ୍ରଦାୟକୁ ନେଇ ଭାତୃପ୍ରେମ ସ୍ଥାପନ ହେବା ନିଶ୍ଚିତଭାବେ ପୃଥିବୀ ବାସୀଙ୍କ ପାଇଁ ଶୁଭସମ୍ବାଦ !ଏଥିପାଇଁ ସମସ୍ତଙ୍କ ବ୍ୟବସ୍ଥା ଗ୍ରନ୍ଥରେ କିଛି ନା କିଛି ନୀତିନିୟମ ବା ରୀତିନୀତି ପାଳନୀୟ ଵିଧି ଲିଖିତ ହୋଇ ଆଦି ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଛି !ସେପରି ଭାବେ ସଂଖ୍ୟାଲଘୁ ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ପବିତ୍ର ରମଜାନ ମାସର ଅନ୍ତିମ ପର୍ଯ୍ୟୟରେ ମାସକର ଉପବାସ ରଖିବା ପରେ ଓଷା କୁ ଉଦଯାପନ କରିବାକୁ ପାଳନ କରାଯାଇଥାଏ ଇଫତାର ପାର୍ଟି ! ପରମ୍ପରା କ୍ରମେ ଅତିଥି ଅଭ୍ୟାଗତ, ବନ୍ଧୁ, ସମ୍ପର୍କୀୟ ମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ ଏହି ପାର୍ଟିକୁ !ହିନ୍ଦୁ ମୁସଲିମ୍ ଶିଖ ଈସାଈ ସମସ୍ତଙ୍କ ମଧ୍ୟରେ ଭାତୃପ୍ରେମ ବାଣ୍ଟିବା ପାଇଁ ଗୋଟିଏ ମେଜରେ ପରସାଯାଏ ସୁମିଷ୍ଟ ଆହାର! ଭାଇଚାରାର ନିଦର୍ଶନ ଏହି ଇଫତାର ଉତ୍ସବ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି ! ତେଣୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୂଳିସିଂ ପଞ୍ଚାୟତ ତଥା ଗ୍ରାମର ସଂଖ୍ୟାଲଘୁ ସାମ୍ପ୍ରଦାୟର ଭାଇମାନେ ଆୟୋଜନ କରିଥିବା ଇଫତାର ପାର୍ଟିରେ ମୁଖ୍ୟଅତିଥି ଯୋଗଦେଇଥିଲେ ତିର୍ତ୍ତୋଲ ର ଜନପ୍ରିୟ ଚର୍ଚ୍ଚିତ ଯୁବ ପ୍ରତିଭା ଇଂ. ହିମାଂଶୁ ଭୂଷଣ ମଲ୍ଲିକ !ସ୍ଥାନୀୟ ସରପଞ୍ଚ ସଫି ଆଜମ୍ ଙ୍କ ତତ୍ୱାବଧାନରେ ଆୟୋଜିତ ଇଫତାର ପାର୍ଟିରେ ବହୁ ଗୁଣିଜ୍ଞାନୀ, ବିଦ୍ୱାନ, ଗଣପ୍ରତିନିଧି ସମେତ ପ୍ରତ୍ୟେକ ଧର୍ମାଵଲମ୍ବୀ ଅତିଥି ଯୋଗଦେଇଥିବାର ଦେଖିବାକୁ ମିଳିଥିଲା !ଏହି ପବିତ୍ର ପାର୍ଟିରେ ବସ୍ତିର ସର୍ଦ୍ଦାର ସମସୁର ରେହେମାନ, ୱାର୍ଡ ମେମ୍ବର ସୁରେନ୍ଦ୍ର ବେହେରା, ସମାଜସେବୀ ୱାହୀଦ ଉଦ୍ଦିନ, ଜଗନାଥପୁର ପଞ୍ଚାୟତର ସମିତିସଭ୍ୟ ଦେବପ୍ରସାଦ ନାୟକ, ତୋଫାନ ମଲ୍ଲ, ସରୋଜ ସାହୁ, ଆଦି ବହୁ ବ୍ୟକ୍ତି ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ! ସନ୍ଧ୍ୟା ୬ ଟା ବାଜି ୭ ମିନିଟ ସମୟରେ ସ୍ଥାନୀୟ ମସଜିଦ ରେ ଆରମ୍ଭ ହୋଇଯାଇଥିଲା ନମାଜ ର ସୁମଧୁର ଆହ୍ୱାନ ! ଏହି ସମୟରେ ଇଫତାର ଆସରରେ ଉଦଯାପନ କରାଯାଇଥିଲା ରମଜାନ ଓଷା ର ଉତ୍ସର୍ଗ! ଉପସ୍ଥିତ ସମସ୍ତ ଅତିଥିମାନେ ଫଳ ଆଦି ସୁମିଷ୍ଟ ଆହାର ଭୋଜନ କରି ଭାଇଚାରା ର ଉଦାହରଣ ସୃଷ୍ଟି କରିଥିଲେ !ସ୍ନେହ ପ୍ରେମ ଭକ୍ତି ବିଶ୍ୱାସ ଆଦର ସମ୍ମାନ ଥିଲେ ଭାଇଚାରା ସ୍ଥାପନା ନିଶ୍ଚିତଭାବେ ସମାଜରେ ସୁପ୍ରଭାବ ପକେଇବ ବୋଲି ଅତିଥିମାନେ ମତ ରଖିଥିଲେ !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




