Education

ଗୋଗୁଆ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ୧୯୯୭ ବ୍ୟାଚ୍ ର ପ୍ରଥମ ବନ୍ଧୁମିଳନ ଓ ଗୁରୁପୁଜନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ଜିଲ୍ଲା ଗାଙ୍ଗପଡା ପଞ୍ଚାୟତ ଗୋଗୁଆ ଉଚ୍ଚ ବିଦ୍ୟାଳୟ ୧୯୯୭ ବ୍ୟାଚ୍ ର ପ୍ରଥମ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବ ସଭାପତି ଅଭିରାମ ସେଠୀଙ୍କ ନେତୃତ୍ୱରେ ଚାରିଗାଁ ମାଳବଣ ଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଥର ସ୍କୁଲର ୧୯୯୭ ବ୍ୟାଚ୍ ର ସାଙ୍ଗମାନଙ୍କ ସହିତମିଶି ଆଜି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ସ୍କୁଲର ସେହି ପିଲାଦିନ ର ସ୍ମୃତି କୁ ମନେ ପକାଇ ଦୀର୍ଘଦିନ ପରେ ସମସ୍ତେ ଆଜି ଏକାଠିହୋଇ ଖୁଶି ମନାଇବା ସହିତ ପରସ୍ପରକୁ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ।ଶିକ୍ଷକ ଶିକ୍ଷୟିତ୍ରୀ ପହଞ୍ଚିବା ପରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଗୋଡ଼ ଧୋଇ ଦେବା ସହିତ ସଭା ମଞ୍ଚକୁ ପାଛୋଟି ନେଇଥିଲେ।ସମସ୍ତ ଗୁରୁଙ୍କୁ ପୁଷ୍ପଗୁଛ୍ଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଛାତ୍ରଛାତ୍ରୀ କିଏ କୋଉ ପଦପଦବୀରେ ଅଛନ୍ତି ସେନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଉତ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଜୀବନରେ ପରସ୍ପରକୁ ସହଯୋଗ କରିବା ସହିତ ଅଧିକ ଉନ୍ନତି କରନ୍ତୁ କହିଥିଲେ।୧୯୯୭ ବ୍ୟାଚ୍ ଛାତ୍ରଛାତ୍ରୀ ଏକ ସ୍ବଛ୍ଛାସେବୀ ସଂଗଠନ ଗଠନ କରି ସହଯୋଗ କରିବାପାଇଁ ପ୍ରସ୍ତାବକୁ ସମସ୍ତ ଛାତ୍ରଛାତ୍ରୀ ସହମତି ପ୍ରକାଶ କରିଥିଲେ।ଗୁରୁ ଦୟାନିଧି ବଳ ସଭା ପରିଚାଳନା କରିଥିଲେ।ପରିଶେଷରେ ଛାତ୍ର ପ୍ରଫୁଲ୍ଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଶୁଣନ୍ତୁ କଣ କହୁଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ…….

 

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*

Related Articles

Back to top button