State

ଅଇଁଲାଚୂଆଁସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ -ଶିକ୍ଷକ ବୈଠକ,

 

କଣ୍ଟାମାଳ, ୬/୪: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଧିନ ଅଇଁଲାଚୂଆଁସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ କମ୍ ନମ୍ବର ରଖିଥିବା ଛାତ୍ରୀଛାତ୍ର ସମସ୍ୟା ଉପରେ ଅଭିଭାବକଙ୍କ ସହିତ ଆଲୋଚନା ହୋଇଥିଲା। ଦ୍ଵାଦଶ ଶ୍ରେଣୀରେ ଭଲ ପାଠ ପଢିବା ସହିତ ଶତକଡ଼ା ବଢାଇବା ପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର କର ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥଳେ ଶ୍ରେଣୀ ଶିକ୍ଷକ ଯୁଧିଷ୍ଠିର ମେହେର ଧନ୍ୟବାଦ ଦେଇଥିଲେ। ଉକ୍ତ ବୈଠକରେ ସମସ୍ତ ଅଭିଭାବକ ଯୋଗଦେଇଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button