State

ପଞ୍ଚଶମ୍ଭୁ ମିଳନ ପାଇଁ ଶୁଭଖୁଣ୍ଟି ସ୍ଥାପନ

 

ହରଭଙ୍ଗା 5/4/24(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତ ର ତେଲିସାହି ରେ ଆସନ୍ତା 9 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚଶମ୍ଭୁ ମିଳନ ପାଇଁ ଗତ ଗୁରୁବାର ଦିନ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ପ୍ରଥମେ ରୀତିନୀତି ଅନୁଯାଇ ପୂଜାର୍ଚନା ହୋଇଥଲା ଏବଂ ତା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ କୁ ଧରି ଦୀର୍ଘ ତିନି ବର୍ଷ ହେବ ଏହି ପଞ୍ଚଶମ୍ଭୁ ମିଳନ ହୋଇଆସୁଛି। ଏବଂ ଆସନ୍ତା ଦୁଇ ବର୍ଷ ଯାଇ ଏହି ପଞ୍ଚଶମ୍ଭୁ ମିଳନ ହବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମ ରେ ପୂଜକ ସୁଶାନ୍ତ ରଥ ଙ୍କ ସମେତ କମିଟି ର ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ଦ୍ରୋଣ ଚନ୍ଦ୍ର ସାହୁ, କୋଷାଧକ୍ଷ ଚିତ୍ତ ରଞ୍ଜନ ସାହୁ, ବିରାଜ ବାରିକ, ହରେକୃଷ୍ଣ ରଥ, କୁଶ ରଣା, ମୁନା ସାହୁ, ଉତ୍ତମ ରଣା, ସୁକାନ୍ତ ରଣା, ଓକିଲ ସେଠି, ଅମୁଲ ବାରିକ,ଟିଙ୍କୁ ସାହୁ, ସିକନ ଦାସ ଙ୍କ ସମେତ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ।

Related Articles

Back to top button