State

ବନ୍ଧଗୋରା ରେ ଅଷ୍ଟ ପ୍ରହରୀ ନାମଯଜ୍ଞ

କଣ୍ଟାମାଳ,୫।୪(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଧବଳେଶ୍ୱର ମନ୍ଦିର ପରିସରରେ ଅଷ୍ଟ ପ୍ରହାରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ଭିକରାମ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାକାର୍ଯ୍ୟରେ ରଞ୍ଜନ ଦାଶ ଓ ପତ୍ନୀ ରଞ୍ଜିତା ଦାଶ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ପୂଜା ପାଇଁ ଖଡଙ୍ଗ ନଦୀରୁ ପବିତ୍ର ଜଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା l ଏହିବସରରେ ମହିଳା ମାନଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଶୁକ୍ରବାର ପୂଜାର୍ଚ୍ଚନା ପରେ ଦଧିଭାଣ୍ଡ ଭାଙ୍ଗି ନଦୀରେ ବିସର୍ଜନ କରାଯାଇଛି l କାର୍ଯ୍ୟକ୍ରମରେ ବଳରାମ, ରାଜାରାମ, ମନୋଜ, କୁଳମଣୀ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button