ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ।


କଣ୍ଟାମାଳ, ୩/୪: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କଲେଜର ଅଧ୍ୟାପକ ସୁନିଲ ଗୁରୁଙ୍କ ତତ୍ତ୍ଵାବଧାନରେ ଏବଂ ପ୍ରଥମ ବର୍ଷର ଛାତ୍ରୀ ନିକିତା ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ କଲେଜର ସଭାପତି କାର୍ତ୍ତିକେଶ୍ଵର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କୃତିତ୍ଵ ହିଁ ମହା ବିଦ୍ୟାଳୟର ପ୍ରକୃଷ୍ଟ ବିଦାୟ । ସେହିପରି ମୂଖ୍ୟ ବକ୍ତା ଭାବେ ସ୍ଥାନୀୟ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ଯୋଗଦେଇ ସମୟର ସଠିକ ଚିନ୍ତାଧାରା ହିଁ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟକୁ ହିଁ ଉଚ୍ଚାକାଂକ୍ଷୀ କରିଥାଏ। ସେହିପରି ସମ୍ମାନୀତ ଅତିଥି ଭାବେ ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ, କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ, ଅଧ୍ୟାପକ ରିଚପାଲ ବଗର୍ତ୍ତୀ, ହୃଷିକେଶ ଭୋଇ, ଅଧ୍ୟାପିକା ମଧୁସ୍ମିତା ଭୋଇ, ଗିତାଞ୍ଜଳି ରଣା, ସଙ୍ଗୀତା ଭୋଇ, କବିତା ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ପୂର୍ବରୁ ବିଦାୟୀ ଛାତ୍ରଛାତ୍ରୀ ନିଜ ନିଜର ଅନୁଭୂତି ବଖାଣିଥିଲେ। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଛାତ୍ରଛାତ୍ରୀମାନେ ସଜାତନ ସଂସ୍କୃତି ଅନୁସାରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିଲେ ଓ ପରେ ନାନାପ୍ରକାର ଉପହାର ଦେଇ ବିଦାୟ ଦେଇଥିଲେ। ବିଦାୟୀ ଛାତ୍ରଛାତ୍ରୀଙ୍କ ତରଫରୁ ଏକ ସ୍ମତି ଉଦ୍ଦେଶ୍ୟରେ କଲେଜକୁ ୫୦ ହଜାର ଟଙ୍କା କଲେଜ ପରିଚାଳନା କମିଟୀର ସଭାପତିଙ୍କୁ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମରେ କଲେଜର କର୍ମଚାରୀ ଦେବେନ୍ଦ୍ର ରଣା, ଶ୍ରୀକାନ୍ତ ରଣା, କୁଶ ସାହୁ, ନରେନ୍ଦ୍ର ମଲିକ, ସୁଦର୍ଶନ ନାଏକ, କ୍ଷୀର ଧର ରଣା ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




