ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ଚମ୍ପାପୁର ପଂଚାୟତ ସପନ ପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଉର୍ମିଳା ଦାସ ଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି, ଉକ୍ତ ସମ୍ବର୍ଦ୍ଧନା ସଭା ରେ ଇଛା ନଗର ପାଟଣା କ୍ଲ ଷ୍ଟର CRCC ରଶ୍ମିରଂଜନ ସେଣ୍ଡ ସଭାପତିତ୍ୱ କରିଥିଲେ, ସପନ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ନଳିନୀ ରଞ୍ଜନ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ, ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଛତିଆ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପର୍ଶୁ କାନ୍ତ ଜେନା ଶଶୀ ଦେବି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ପୂର୍ବତନ CRCC ନାରାୟଣ ଚନ୍ଦ୍ର ପ୍ରଧାନ ବଇରୀ କ୍ଲ ଷ୍ଟର CRCC ବୀଜଇନି ନନ୍ଦ ବଡ଼ ଘୁମୁରି ସଂକୁନ୍ତଳା ପୁର କ୍ଲ ଷ୍ଟର CRCC ପ୍ରିୟତମା ଜେନାବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ନିରୁପମା ସ୍ୱାଇଁ ପଦ୍ମ ନାଭ ପୁର UGME ସ୍କୁଲ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସାହୁ ନେଳିଆ UGME ସ୍କୁଲ ର ପ୍ରଧାନ ଶିକ୍ଷକ ମାନସ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଦାୟୀ ଶିକ୍ଷୟତ୍ରୀ ଙ୍କ ଗୁଣ ଗାନ କରିଥିଲେ, ଇଛାନଗର ପାଟଣା କ୍ଲ ଷ୍ଟର ଅଧୀନ ରେ ଥିବା ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଉକ୍ତ ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇଥିଲେ, ବହୁ ମୂଲ୍ୟବାନ ଉପହାର ମାନ ପ୍ରଦାନ କରିଥିଲେ, ଛାତ୍ର ଛାତ୍ରୀ ମାନେ ବିଦାୟ କାଳୀନ ସଂଗୀତ ଗାନ କରିଥିଲେ,ଶିକ୍ଷୟତ୍ରୀ ବାସନ୍ତୀ ସାହୁ ମାନ ପତ୍ର ପାଠ କରିଥିଲେ, ଶିକ୍ଷୟତ୍ରୀ ନମିତା ପଣ୍ଡା ଶ୍ରୀ ମଇ ପାତ୍ର ଆରତୀ ସାହୁ ପରିଚାଳନା କମିଟି ର ସଭ୍ୟ ସଭ୍ୟା ଅବିଭାବକ ମଣ୍ଡଳୀ ସମସ୍ତେ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




