ଶାସ୍ତ୍ରୀଜୀ ମଡେଲ ସ୍କୁଲ ର ଏକାଦଶ ତମ ବାର୍ଷିକ ଉତ୍ସବ


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରୀଜୀ ମଡେଲ ସ୍କୁଲ ର ଏକାଦଶ ତମ ବାର୍ଷିକ ଉତ୍ସବ ଉମୀଦ – ୨୪ ଦୁଇଦିନ ବ୍ୟାପୀ ମହାସମାରୋହ ରେ ପାଳିତ ହୋଇ ଯାଇଛି । କାର୍ଯ୍ୟ କ୍ରମ ର ପ୍ରଥମ ଦିନରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ମେଳା, ଗଣିତ ଘର, ସାହିତ୍ୟ ଘର, ଚିତ୍ର କଳା ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତାର ଆୟୋଜନ କରା ଯାଇଥିଲା । ବିଜ୍ଞାନ ରେ ନରେନ୍ଦ୍ର ପ୍ରଧାନ ଓ ଦି ଦିବ୍ୟାନ୍ସ ସାହୁ, ଗଣିତ ରେ ଆରାଧ୍ୟା ଦାଶ, ସାହିତ୍ୟ ରେ ଅଂଶୁମାନ ଡାକୁଆ ଓ ମେଘନା ନାଗ, ହିନ୍ଦୀ ରେ ସାଦିଆ ନାଜ ଓ ମୀନାକ୍ଷୀ ନାଏକ, ଇଂରାଜୀ ରେ ପ୍ରାଚୀ ପରିମିତା ନିଆଲ, ଚିତ୍ର କଳା ଓ ହସ୍ତ ଶିଳ୍ପ ରେ ଡି॰ ହିତେଶ, ଆକାଂକ୍ଷ୍ୟା ସାହୁ, ଆଶ୍ରିୟା ବିଶ୍ବାଳ, ସ୍ମରଜିତ ଦାସ, ସାଦିଆ ନାଜ ଓ ସରୋଜ ମହାନନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ଦ୍ଵିତୀୟ ଦିନର ମୁଖ୍ୟ କାର୍ଯ୍ୟକ୍ରମ ଥିଲା ବାର୍ଷିକ ଉତ୍ସବ ପାଳନ । ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ନିର୍ଦ୍ଦେଶକ ଶ୍ରୀ ପରମାନନ୍ଦ ନନ୍ଦ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣା ର ଅଧ୍ୟକ୍ଷ ଶ୍ରୀ ଭୀମସେନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶତ୍ୟେନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ ଏ. ବି. ଇ. ଓ. ସଦର ଭବାନୀପାଟଣା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ କଳ୍ପେଶ୍ଵର ପୁରୋହିତ, ବିଦ୍ୟାଳୟ ର ଶୁଭେଚ୍ଛୁ ଶ୍ରୀ ମଧୁସୂଦନ ପ୍ରଧାନ, ଟ୍ରଷ୍ଟ ଅଧ୍ୟକ୍ଷା ଶ୍ରୀମତୀ ନିହାରିକା ପୁରୋହିତ, ସମ୍ପାଦକ ଶ୍ରୀ ଆଶୁତୋଷ ମୁଣ୍ଡ ତଥା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମନମୋହନ ଦାଶ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ମନମୋହନ ଦାଶ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ପରେ ପରେ କୃତି ଶିକ୍ଷୟତ୍ରୀ ଶ୍ରୀମତୀ ଉଷାରାଣୀ ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ପରେ ବିଦ୍ୟାଳୟର ଏ ବର୍ଷର ଶ୍ରେଷ୍ଟ କୃତି ଛାତ୍ର ହିସାବରେ ଶ୍ରୀମାନ ଆଶୁତୋଷ ଗଉଡ, ଶ୍ରେଷ୍ଟ କ୍ରୀଡାବିତ ଛାତ୍ର ଭାବେ ଫକିର ମୋହନ ଦଣ୍ଡସେନା, ଶ୍ରେଷ୍ଟ କୃତି ଛାତ୍ରୀ ଭାବେ ସୁଶ୍ରୀ ଅର୍ଚିତା ନାଗ ଙ୍କୁ ଏବଂ ଶ୍ରେଣୀ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା । ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖ ଯୋଗ୍ୟ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରଯାଇଥିଲା । ଅତିଥି ମାନେ ଛାତ୍ରଛାତ୍ରୀ ଙ୍କୁ ସମୟାନୁବର୍ତୀତା ହେବ ଓ ଶିକ୍ଷା ଲାଭ ନିମନ୍ତେ କଠୋର ପରିଶ୍ରମ ଏବଂ ଆତ୍ମ ନିର୍ଭରଶୀଳ ହେବ ଆବଶ୍ୟକ ବୋଲି ଉଦ୍ବୋଧନ ଦେଇଥିଲେ । କମିଟି ର ଶୁଭେଚ୍ଛୁ ଶ୍ରୀ ମଧୁସୂଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ପରେ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ଚମତ୍କାର ସାଂସ୍କୃତିକ କାର୍ଯ୍ୟ କ୍ରମ ଅଭିଭାବକ, ନିମନ୍ତ୍ରିତ ଅତିଥି ଏବଂ ଛାତ୍ରଛାତ୍ରୀ ଙ୍କୁ ଦୀର୍ଘ ସମୟ ଧରି ମନ୍ତ୍ର ମୁଗ୍ଧ କରି ରଖି ଥିଲା । ବିଶେଷ କରି ସୁଶ୍ରୀ ଆଂଚଲ ପୁରୋହିତ ଦ୍ଵାରା ପ୍ରାରମ୍ଭିକ ଜଣାଣ ନୃତ୍ୟ ମାଧ୍ୟମରେ କରି ଏବଂ ବ୍ୟଙ୍ଗ କବି ଶ୍ରୀ ସୁଶାନ୍ତ ମିଶ୍ର ଙ୍କ ବ୍ୟଙ୍ଗ କବିତା ଦର୍ଶକ ଙ୍କୁ ମନ କୁ ବେଶ ଛୁଇଁ ଥିଲା । ସୁଶ୍ରୀ ଧରିତ୍ରୀ ପ୍ରଧାନ, ମୋକ୍ଷ୍ୟାଦ୍ରି ପ୍ରଧାନ, ଅନମୋଲ ମାଝି ଓ ମେଘନା ନାଗ ସାଂସ୍କୃତିକ କାର୍ଯ୍ୟ କ୍ରମ ପରି ଚାଳନା ରେ ସହଯୋଗ କରିଥିଲେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




