Education

ଜୀବନ ଥିବାଯାଏଁ ଜନସେବା କରିବି ବିଦାୟୀ ସଭାରେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ବକ୍ତବ୍ୟ 

 

କଣ୍ଟାମାଳ, ୧/୪/( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଦୀର୍ଘ ୩୮ ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କଲାପରେ ରବିବାର ଅବସର ନେଇଛନ୍ତି ।ସେ ବିଦାୟୀ ସଭାରେ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଜୀବନ ଥିବାଯାଏଁ ଜନସେବା କରିବି ଓ ବିଦ୍ୟାଳୟ ଯେତେଦିନ ପର୍ଯ୍ୟନ୍ତ ମୋତେ ଚାହୁଁଥିବ ମୁଁ ସେତେଦିନ ପର୍ଯ୍ୟନ୍ତ ଆସୁଥିବି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଜ୍ଞସେନୀ କ୍ଷେତୀଙ୍କ ଅଧ୍ୟକ୍ଷତା ତଥା ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ରଂଜୁ ଅମାତଙ୍କ ସଂଯୋଜନା ରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ନାଟ୍ୟକାର ହରିହର ପ୍ରଧାନ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସରପଞ୍ଚ ତଥା ସଂପାଦକ ଗଣେଷ ବସ୍ତିଆ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟନ୍ତ ପ୍ରଧାନ, ଭୁବନେଶ୍ୱର ବସ୍ତିଆ,ପ୍ରାକ୍ତନ ଶିକ୍ଷକ ଜୟକୃଷ୍ଣ ପ୍ରଧାନ,ବରଗାଁ ଓ ଆମ୍ବଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁ, ଶୁକଦେଵ ପଣ୍ଡା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଙ୍କ ଶିକ୍ଷାଦାନ ଶୈଳୀ ଓ କିପରି ଛାତ୍ର ବତ୍ସଳ ଥିଲେ କହିଥିବା ବେଳେ ଉପସ୍ଥିତ ସମସ୍ତ ଅତିଥି ତାଙ୍କର ଦୀର୍ଘ ଓ ସୁସ୍ଥମୟ ଜୀବନର କାମନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନ “ମୋ ସ୍କୁଲ ଅଭିଯାନ” ପାଇଁ ୩୦ ହଜାର ଟଂକା ଦେବାକୁ ଘୋଷଣା କରିଥିଲେ ।ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରମାନେ ଏକ ଶୋଭାଯାତ୍ରାରେ ନିଜ ଗାଁ ଦପଲା ଗ୍ରାପର ପରିବନ୍ଧ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପଞ୍ଚାନନ ପ୍ରଧାନ, ତରଙ୍ଗିନୀ ବେହେରା,ଶେଷଦେଵ ବଗର୍ତ୍ତି, ବିଭୁତି କଁଅର,ଅଜୟ ସାହୁ,ପ୍ରବେଶ ସାହୁ,ପ୍ରଦୀପ୍ତ ଖେତୀ ସହଯୋଗ କରିଥିବାବେଳେ ବିଦ୍ୟାଳୟ କମିଟିର ସଦସ୍ୟ ଲିଙ୍ଗରାଜ ପ୍ରଧାନ, ସୁରେନ୍ଦ୍ର ସାହୁ,ସୁରେଶ ବାଘ,ପଞ୍ଚାନନ ଭୋଇ ଓ ପୁରାତନ ଛାତ୍ର ଫକୀର ବସ୍ତିଆ,ପ୍ରକାଶ ବସ୍ତିଆ,ସଂଜୀବ ବସ୍ତିଆ,ନେପାଳ ପଲିଆ,ସୁକାନ୍ତ ପ୍ରଧାନ, ରାଜୁ ପ୍ରଧାନ ଆଦି ଅନେକ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button