Education

ବୌଦ୍ଧ ଶିଶୁ ମନ୍ଦିରରେ ପ୍ରଥମ ଦିନୋତ୍ସବ ପାଳିତ ।

 

ବୌଦ୍ଧ-01/04-(ହୃଦାନନ୍ଦ ମେହେର)-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୨୪-୨୫ ଶିକ୍ଷାବର୍ଷ ର ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣି ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସାର ପ୍ରଧାନ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧରଣୀ ଧର ପରିଡ଼ା,ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ମଞ୍ଚରେ ଉପସ୍ଥିତ ଥିଲେ । ଶିକ୍ଷାବର୍ଷ ଟି ସୁଖ ସମୃଦ୍ଧ ତଥା ସଠିକ୍ ଭାବେ ପରିଚାଳିତ ହେବା ପାଇଁ ଏକ ହୋମ ଯଜ୍ଞ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେଵିକା ସହଯୋଗ କରିଥିଲେ ।ଶେଷରେ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

 

ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ୍

Related Articles

Back to top button