ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ଭର୍ଚୁଆଲ ମୋଡ୍ ବୈଠକ


ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ଭର୍ଚୁଆଲ ମୋଡ୍ ବୈଠକ ରାଜ୍ୟ ସଭାପତି ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ମାସ ଏକ ତିରିଶ ତାରିଖ ରବିବାର ରାତ୍ର ନଅ ଘଟିକା ରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟତଃ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଜିବନାବଳୀ କୁ ନେଇ ଖୁବ୍ ଶୀଘ୍ର ଏକ ପୁସ୍ତକ, ଓଡ଼ିଆ ଭାଷାରେ, ଇଂରାଜୀ ଭାଷାରେ ଓ ଇ-ବୁକ୍ ପ୍ରସ୍ତୁତ ହେବବୋଲି ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର କାର୍ଯ୍ୟାଳୟ ଏକ ରେଣ୍ଟ ଘରେ ଚାଲୁଥିବାରୁ ଜାତୀୟ ପୁରସ୍କାର ପ୍ରାପ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ ର ପ୍ରମୂଖମୁଖ୍ଯ ସଞ୍ଜୁବାଳା ମିଶ୍ର ସରକାର ଙ୍କ ଠାରୁ ଘର କିମ୍ବା ଜାଗା ମିଳିବା ପର୍ଯ୍ୟନ୍ତ ଏକ ଘର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାକୁ ତେଲଙ୍ଗାପେଣ୍ଠ,(ଗାନ୍ଧି ସ୍ମୃତି ପିଠ/ସରକାରୀ ଡାକ୍ତରଖାନା ସମ୍ମୁଖରେ), ସା-ତେଲେଙ୍ଗାପେଣ୍ଠ, ପୋ-ତେଲେଙ୍ଗାପେଣ୍ଠ କଟକ ସଦର କଟକ-754001 ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିବାରୁ ଖୁବ୍ ଶୀଘ୍ର କାର୍ଯ୍ୟାଳୟ କାର୍ଯ୍ୟାକାରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଶ୍ରୀମତୀ ମିଶ୍ର ଆବଶ୍ୟକୀୟ ସରଞ୍ଜାମ ଯଥା ଚେୟାର, ଟେବୁଲ୍ ଓ ଗଡରେଜ୍ ଦେବାକୁ ସମ୍ମତି ପ୍ରଦାନ କରିବାରୁ ସେ ମହାଶୟା ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ନିୟମିତ ଅଫିସ୍ କାର୍ଯ୍ୟକ୍ରମ ତେଲେଙ୍ଗା ପେଣ୍ଠ ରେ ସରକାରୀ ଡାକ୍ତରଖାନା ସମ୍ମୁଖରେ ଚାଲିବା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ସଭାପତି, ସାଧାରଣ ସମ୍ପାଦକ ଙ୍କୁ ଦାୟିତ୍ଵ ଦିଆଗଲା। କାର୍ଯ୍ୟକ୍ରମ ରେ ସଭାପତି, ସାଧାରଣ ସମ୍ପାଦକ ଙ୍କସହ ଉପସଭାପତି କୃଷିଦା ବେଗମ୍, ରାଧାଶ୍ଯାମ ପଣ୍ଡା,ଦୁଃଖ ବନ୍ଧୁ ସାହୁ, କୋଷାଧ୍ୟକ୍ଷ ଡଃ ଗଙ୍ଗୋତ୍ରୀ ଦେବୀ, ସମ୍ପାଦକ ବସନ୍ତ କୁମାର ସାହୁ,ମନୋଜ ମଞ୍ଜରୀ ଲେଙ୍କା, ବିବାସିନୀ ମିଶ୍ର, ସଞ୍ଜୁବାଳା ମିଶ୍ର, ବିନୟ ପାଣି, ବୈଲୋଚନ ସାହୁ, ନିଳିମା କୁମାରୀ ସାହୁ, କବିତା ଦେବୀ, ବଳରାମ ସାହୁ, ମହେନ୍ଦ୍ର କୁମାର ପଟେଲ୍, ଡଃ ପ୍ରଦୀପ କୁମାର ମିଶ୍ର, ଡଃ ନିରଞ୍ଜନ ମିଶ୍ର, ସୈାଭାଗ୍ୟ କୁମାର ପଟେଲ୍, ଗଗନ ବିହାରୀ ପଣ୍ଡା, ଓ ଉର୍ମିଳା ସାମଲ ଉପସ୍ଥିତ ହୋଇ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ଓ ବୈଠକ କୁ ସଭାପତି ବିରତି ଘୋଷଣା କରିଥିଲେ।




