Education

ଆମ୍ବଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା :

 

କଣ୍ଟାମାଳ, ତା୩୦/୩:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବେଦ ବ୍ୟାସ ପୁଟାଙ୍କ ସଭାପତିତ୍ଵରେ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଉଛି। ଉକ୍ତ ସଭାରେ ଘଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଡା. ଶୁଭମ ମିଶ୍ର ମୁଖ୍ୟ ଅତିଥି, ସମାଜ ସେବୀ ପ୍ରଭାତ କୁମାର ସାହୁ ମୂଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ସୋମନାଥ ସେଠୀ,ପରିଚାଳନା କମିଟୀ ଉପାଧ୍ଯକ୍ଷା ଶିବାଦିନି ସାହୁ, ସଭ୍ୟା ତୁଳସୀ ରଣା, ସଂଧ୍ୟାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟରେ ଅଧ୍ୟୟନ ଜୀବନରେ ଏପରି ବିଦାୟର ପର୍ବକୁ ଆଶିର୍ବାଦ ପର୍ବ ଭାବେ ଗ୍ରହଣ କରି ପରବର୍ତ୍ତୀକୁ ଏକ ବ୍ୟାଲେଞ୍ଜ ଭାବେ ଗ୍ରହଣ କରିବାକୁ କହିଥିଲେ। ସଭାରେ ଅଷ୍ଟମ ଶ୍ରେଣୀର ବିଦାୟ ଛାତ୍ରଛାତ୍ରୀ ବିଦାୟୀ ସଭାରେ ନିଜ ବିଦ୍ୟାଳୟର ସ୍କୃତି ବଖାଣିଥିଲେ।ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଓ ଉପହାର ଦେଇ ବିଦାୟ ଜଣାଇଥିଲେ । ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ପ୍ରିୟ ବିଦ୍ୟାଳୟରୁ ବିଦାୟ ନେବା ପୂର୍ବରୁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ପାଞ୍ଚହଜାର ଟଙ୍କା ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିଲେ। ଉକ୍ତ ସଭାରେ ସହକାରୀ ଶିକ୍ଷୟତ୍ରୀ ରଜନୀ କହଁର ଅତିଥି ପରିଚୟ କରିଥିଲେ। ସହକାରୀ ଶିକ୍ଷକ ପ୍ରେମଲାଲ ମହାନ୍ତି ମଞ୍ଚ ସଞ୍ଚାଳନ କରିଥିବା ସ୍ଥଳେ ସହକାରୀ ଶିକ୍ଷୟତ୍ରୀ ପ୍ରେମ ଶିଳା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button