ଦ୍ୱିପାଞ୍ଚଳରେ ଐତିହାସିକ ପବିତ୍ର ଦିପୋଟିମେଳଣ ଅନୁଷ୍ଠିତ ,.

-ନିଆଳି ନିର୍ବାଚନମଣ୍ଡଳୀର ଦ୍ୱିପାଞ୍ଚଳରେ ଐତିହାସିକ ପବିତ୍ର ଦିପୋଟିମେଳଣ ଅନୁଷ୍ଠିତ ହୋଇଯାଇଛି। ୧୫୦୦ ବର୍ଷର ମେଳଣ ବହୁ ପୁରାତନ ମେଳଣ, ଫଗୁଦଶମୀର ୭ ଦିନରେ ୧୦୮ଜୀୟଙ୍କୁ ନେଇ ଏହି ମେଳଣ ଏଠାରେ ଅନୁଷ୍ଠିତ ହୁଏ I ରାତି ୧୨ଟାରୁଝୁମଣ ଆରମ୍ଭ ହୋଇ ସକାଳ ପ୍ରାୟ ୮ଟା ହୋଇଯାଏ ।ଝୁମଣ ସରିବାପରେ ନିଆଳି ବ୍ଲକର କସର୍ଦା ଥାନପତିଜୀୟୁମଣ୍ଡପରେ ଆଗ ବିଜେ କରନ୍ତି। ତାପରେ ପରେ ସମସ୍ତ ଜୀୟୁମାନେ ମଣ୍ଡପରେ ଏକତ୍ରିତ ହୁଅନ୍ତି I କଣ୍ଟାପଡ଼ା ଏବଂ ନିଆଳି ୨ଟି ବ୍ଳକର ୨୦ଟି ପଞ୍ଚାୟତରୁ ୧୦୮ଜୀୟୁ ଙ୍କୁ ନେଇ ଏହି ମେଳଣ ହୁଏ। ଏଠାରେ ୪୦ଟି ସଂକିର୍ତ୍ତନ ମଣ୍ଡଳି ଏକାଠି ହୋଇ ଭଜନ, କୀର୍ତ୍ତନ ଚାଲେ । ପ୍ରଶାସନ ଅଧିକାରୀମାନଙ୍କଠାରୁ ରାଜନେତା ଦଳ ପର୍ଯ୍ୟନ୍ତ ସମସ୍ତେ ଏଠାକୁ ଆସନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବଶେଷରେ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ।୭ଦିନ ପର୍ଯ୍ୟନ୍ତ ଏହି ମେଳଣ ଚାଲେ।କାଲି ଏଠାରେ ନିଆଳି ନିର୍ବାଚନମଣ୍ଡଳୀର ବି, ଜେ,ଡି ବିଧାୟକ-ଡକ୍ଟର ପ୍ରମୋଦ କୁମାର ମଲ୍ଲିକ, କଂଗ୍ରେସର ପୂର୍ବତନ ବିଧାୟକ-ରବି ମଲ୍ଲିକ, ପୂର୍ବତନ ଅର୍ଥମନ୍ତ୍ରୀ-ପଞ୍ଚାନନ କାନୁନ୍ଗୋ କଂଗ୍ରେସର ଆଗାମୀ ଆଶାୟୀ ପ୍ରାର୍ଥୀ ଲିପୁ ମଲ୍ଲିକ ବହୁ ନେତାଙ୍କୁ ଦେଖିବାକୁ ମିଳିଥିଲା । ୫ଟାରେ ମେଳଣ ଭାଙ୍ଗିବା ପରେ ଗୋପାଳଙ୍କ ଲଉଡି ଖେଳ ସହିତ ଅଭିରବୋଳା ସାଙ୍ଗକୁଜୀୟୁମାନଙ୍କ ପାଖରେ ଭୋଗ ଲାଗିଥିଲା ହରିହର ଭେଟ ପରେ ବାଙ୍କୀ ବାଟୀରଶ୍ରୀଗୋପାଳଜୀୟୁମେଳଣ ମଣ୍ଡପରୁ ଆଗଉଠିସାରିବାପରେ ସବୁଜୀୟୁମାନେ ମଣ୍ଡପରୁ ଉଠିଥିଲେ।ଏଠାରେ୧ ତାରିଖଠାରୁ ୩ତାରିଖ ପର୍ଯ୍ୟନ୍ତ ୩ରାତ୍ର ବ୍ୟାପିଯାତ୍ରାପଦର୍ଶନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଶୁଣିବାକୁ ମିଳିଥିଲା । ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ-ଓଡିଶା