Religion

ଚାରିକର୍ମ ଓ ବ୍ରତୋପନୟନର ବାଲ ବ୍ରହ୍ମଚାରି କୁମାର ପବିତ୍ର !

ତିର୍ତ୍ତୋଲ ::-ଆମ ସମାଜ ଏତେ ଗୁଡିଏ ଵିଧି ବ୍ୟବସ୍ଥା ମଧ୍ୟରେ ଛନ୍ଦିହେଇ ଯାଇଛି ଯେ ଛତିଶ ପାଟକ ଜାତି ସମ୍ପ୍ରଦାୟ ମଧ୍ୟରେ ଭିନ୍ନ ଭିନ୍ନ କର୍ମ ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପାଦନ କରାଯାଇ ଥାଏ !ବେଦ କହେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ମଧ୍ୟରୁ ବ୍ରାହ୍ମଣ ଦେବତା ମାନଙ୍କର ପ୍ରତିନିଧି !ସେଥିପାଇଁ ତାଙ୍କର ବୈଦିକ ଵିଧି ବିଧାନ ଅନୁସାରେ ବ୍ରତୋପନୟନ କାର୍ଯ୍ୟ ସମାପନ ହୋଇଥାଏ !ବ୍ରତୋପନୟନ ପୂର୍ବରୁ ବାଳକ ର ଚାରିକର୍ମ କରାଯାଇଥାଏ ! ବ୍ରତୋପନୟନ ପରେ ବ୍ରହ୍ମଚାରି କର୍ମ ପାଳନୀୟ କରାଯିବା ସହିତ କର୍ଣ୍ଣ ବିନ୍ଧା କାର୍ଯ୍ୟ ସମାପନ ହୁଏ !ଏପରି ବୈଦିକ ଉପଚାର ଦୃଶ୍ୟ ଆମେ ଦେଖାଉଛୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତ ର ଅଲଣା ଗ୍ରାମ ବ୍ରାହ୍ମଣ ସାହିରେ ! ପିତା ବାବାଜୀ ଦାଶ ଓ ମାତା ଜୟନ୍ତୀ ଦାଶଙ୍କ ପୁତ୍ର ପବିତ୍ର ମୋହନ ଦାଶ ଯେକି ବ୍ରତୋପନୟନ କାର୍ଯ୍ୟରେ କର୍ତ୍ତା ଥିଲେ !ଏହି ଶୁଭ କାର୍ଯ୍ୟ କୁ କରାଇଥିଲେ ପବିତ୍ର ର ନିକଟ ସମ୍ପର୍କୀୟ ଦିନବନ୍ଧୁ ଦାଶ ଓ ରିଙ୍କି ଦାଶ !ବ୍ରତୋପନୟନ ପରେ ସନ୍ଧ୍ୟାରୁ ରାତ୍ରୀ ୯ ଘଟିକା ଯାଏ ପବିତ୍ର ଙ୍କୁ ବ୍ରହ୍ମଚାରି ଭାବେ ଗ୍ରାମ ଭ୍ରମଣ କରାଇ ଥିଲେ !ଏହି ଖୁସିରେ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ମାନଙ୍କୁ ସ୍ୱାଦିଷ୍ଟ ଭୋଜନ କରାଇଥିବାର ଦେଖିବାକୁ ମିଳିଥିଲା !

ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ବିଚିତ୍ର ଦାଶ, ରୋଜାଲିନ ଦାଶ, ଜଗବନ୍ଧୁ ଦାଶ, ଚୈତନ୍ୟ ପଣ୍ଡା, ଏବଂ ଆଶାଲତା ପଣ୍ଡା !ଉପଯୁକ୍ତ ବୟସରେ ବାଳକ ପବିତ୍ରର ଏପରି ଶୁଭକାର୍ଯ୍ୟ କରାଇ ଥିବାରୁ ପିତାମାତା ଆତ୍ମୀୟ ବର୍ଗ ବହୁତ ଖୁସୀ ଥିବାର ଦେଖିବାକୁ ମିଳିଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button