ଆମଠାପଡା ରେ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ।

ବୌଦ୍ଧ:୩୧/୦୧ -ଆମଠାପଡା ରେ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ। ବୌଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତ ର ଆମଠାପଡା ଗ୍ରାମରେ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳ ୮ ଘଣ୍ଟା ସମୟରେ ରେ ଆରମ୍ଭ କରି ମଙ୍ଗଳବାର ପୁର୍ନାହୁତି ହୋଇଥିଲା । ଏଥିରେ କର୍ତା ଭାବେ ନବୀନ ଦନାୟକ ଏବଂ ତାଙ୍କର ଧର୍ମ ପତ୍ନୀ ଗୀତାଞ୍ଜଳି ଦନାୟକ୍ ପୁଜା ହୋମରେ ବସିଥିଲେ । ସଦାନନ୍ଦ ପୁରହିତ ପୂଜା ଏବଂ ହୋମ ଆହୁତି କରିଥିଲେ ।ଏଥିରେ ସୋନପୁର ଉଲୁଣ୍ଡା ର ମହିଳା କିର୍ତନ୍ୟ ମଣ୍ଡଳୀ ଆସି କିର୍ତନ୍ୟ ରେ ଭାଗ ନେଇଥିଲେ। ଗ୍ରାମ ସଭାପତି ଗୋଲେଖ ଦନାୟକ ଏବଂ ଚିରଞ୍ଜୀବ ଲଉରିଆ ,ମଙ୍ଗୁଲୁ ପ୍ରଧାନ ,ମଧୁ ମହାକୁଡ଼ ସହଯୋଗ କରିଥିଲେ ।ଏହି ନାମ ଯଂଜ୍ଞ କୁ ଅତିଥି ଭାବେ ବଘିଆପଡା ସରପଞ୍ଚ ଅନୁଜା ଦୀପ ,ସମିତି ସଭ୍ୟା ମୀରା ପାଣୀଗିରି ,ପୂର୍ବତନ ଦେବହରି ମହାକୁଡ଼ ବ୍ରାହ୍ମନିପାଲି ସରପଞ୍ଚ ଅରୁଣ ବାଘ ଏବଂ ରାଧାନଗର ସରପଞ୍ଚ ଗଣେଶ୍ୱର ବେହେରା ଯୋଗଦାନ କରିଥିଲେ ।
ବୌଦ୍ଧ ରୁ ଧରଣୀଧର ଲାଉରିଆ,ସମର୍ଥ News,
Visit our website www.samarthanews.com,
www.youtube.com/samarthanews



