ମନମୁଣ୍ଡା ରେ ନୂତନ ‘ଏସ ବି ଆଇ ‘ କାର୍ଯ୍ୟାଳୟ ପ୍ରତିଷ୍ଠା ଉତ୍ସବ


ଘଣ୍ଟାପଡ଼ା,ତା ୨୮-୩-୨୪: (ପ୍ରଭାତ କୁମାର ସାହୁ)-
ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମନମୁଣ୍ଡା ଠାରେ ଏକ ନୂତନ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ ବି ଆଇ ) ଶାଖା କାର୍ଯ୍ୟାଳୟର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଇଣ୍ଡିଆନ ବ୍ୟାଙ୍କ୍, ୟୁ ଜି ବି, ଏବଂ ବି ସି ସି ବି ତିନୋଟି ବ୍ୟାଙ୍କ୍ ରହିଥିବାବେଳେ ଏକ ଏସବିଆଇ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲା।ଏଠାରେ ଏସ ବି ଆଇ ନ ଥିବାରୁ ଏ ଅଞ୍ଚଳ ର ଗ୍ରାହକମାନେ ପଲସାଗୋରା, କଣ୍ଟାମାଳ , ଦହ୍ୟା ଏବଂ ସୋନପୁର ଉପରେ ନିର୍ଭର କରି କାରବାର କରୁଥିଲେ। ଲୋକମାନଙ୍କ ଦାବିନୁଶାରେ ମନମୁଣ୍ଡାକୁ ସରକାର ନୂତନ ଏନ୍ଏସି ଘୋଷଣା କରିଥିବା ଏବଂ ଏଠିକାର ବଜାରର ସ୍ଥିତିକୁ ଦେଖି ବ୍ୟାଙ୍କ୍ ଉଚ୍ଚ କର୍ତ୍ତୃପକ୍ଷ ଏଠାରେ ଏକ ଶାଖା ଖୋଲିଥିବା ନିଷ୍ପତ୍ତି ଜାଣି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ମନମୁଣ୍ଡା ର ଜନଗହଳିପୂର୍ଣ୍ଣ ଦେଉଳି ବଜାର ରେ ଏକ ବିରାଟ କୋଠାରେ ଏହି ଶାଖା ଖୋଲିବା ପାଇଁ ଗୃହ ପ୍ରବେଶ ପାଇଁ ପୂଜାର୍ଚ୍ଚନା କରାଯାଇଛି। କମ୍ପ୍ୟୁଟର, ଲକର ସହ ବ୍ୟାଙ୍କ୍ ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ପ୍ରସ୍ତୁତି ସରିଯାଇଛି। ଏପ୍ରିଲ ପ୍ରଥମ ସପ୍ତାହ ରେ ଏହାର ଉଦଘାଟନ ହେବ ବୋଲି ଏହାର ଶାଖା ପରିଚାଳକ ବାଲଗୋପାଳ ନାୟକ ଙ୍କ ଠାରୁ ଜାଣିବାକୁ ମିଳିଛି। ଶାଖା ପରିଚାଳକ ବାଲଗୋପାଳ ନାୟକ ଓ ପତ୍ନୀ ସୋନାଲି ପୁରୋହିତ କର୍ତ୍ତା ରହିଥିଲେ।ଆଜିର ଏହି ଉତ୍ସବ ରେ ବୌଦ୍ଧ ଲିଡ ବ୍ୟାଙ୍କ ଚିଫ ମ୍ୟାନେଜର କାର୍ତିକେଶ୍ୱର ପଣ୍ଡା ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସଂଘ,କଣ୍ଟାମାଳ (ସାସକ) ସଭାପତି ବୈଦ୍ୟନାଥ ହୋତା, ଉଦ୍ୟୋଗପତି ଆଶିଷ ସାହୁ, ବିଜେପି ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ, ବରିଷ୍ଠ ମହିଳା ଆରତୀ ବଡ଼ପଣ୍ଡା, ଶିକ୍ଷକ ସୁଦାମ ଚରଣ ଦିଶିରୀ, ବୁଦ୍ଧିଜୀବୀ ସଞ୍ଜୟ ବଡ଼ପଣ୍ଡା, ଏସ ବି ଆଇ କିଓସ୍କ ଅଧିକାରୀ ପ୍ରେମଦାର ଶା ପ୍ରମୁଖ ଯୋଗ ଦେଇଥିବାବେଳେ ଶତାଧିକ ଲୋକ ଉପସ୍ଥିତ ରହିଥିଲେ।




