State

ଉଦେପୁରରେ ହୋଲି ଉତ୍ସବ ଉପଲକ୍ଷେ ସାମାଜିକ ଅନୁଷ୍ଠାନ “ଆରମ୍ଭ” ତରଫରୁ ବନ୍ଧୁମିଳନ

କଣ୍ଟାମାଳ, ତା ୨୬/୩/୨୪ ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ଅନ୍ତର୍ଗତ ଉଦେପୁର ନିକଟସ୍ଥ ତେଲ ନଦୀ ଖଣ୍ଡିରେ ଆରମ୍ଭ ଅନୁଷ୍ଠାନର ପ୍ରତିଷ୍ଠାତା ଯଦୁ ବିହାରୀ ବାଘଙ୍କ ଆହ୍ଵାନ କ୍ରମେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ହୋଲି ପର୍ବ ଉପଲକ୍ଷେ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରୁଗୁଡ଼ିପାଲିର ମାନବ ସେବା ସଦନ ଅନୁଷ୍ଠାନର ସଦସ୍ୟ, ରାଜନୈତିକ ନେତା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପ୍ରକାଶ କୁମାର ସାହୁ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, କେଦାର ସାହୁ, ଦେବୀପ୍ରସାଦ ନାଏକ, ଗୋପାଳ ପୁରୋହିତ, ରାମଚନ୍ଦ୍ର ତାଣ୍ଡି,ବରିଷ୍ଠ ଓକିଲ ସୁରେଶ ରଣା, ଶମ୍ଭୁପ୍ରସାଦ ସାହୁ, ସାମ୍ବାଦିକ ବଂଶୀଧର ମାଝୀ, ବଳରାମ ବାଘ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର । ଯଦୁ ବିହାରୀ ବାଘ ଓ କର୍ମକର୍ତ୍ତାଙ୍କ ରକ୍ତଦାନ ଶିବିର, ମାଗଣା ଚକ୍ଷୁ ଚିକିତ୍ସା ଶିବିର,ମାଗଣା ସ୍ୱାସ୍ଥ୍ୟସେବା ଶିବିର ଭଳି ଅନେକ ସମାଜକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ନିଜର ପରିଚୟ ପ୍ରଦାନ କରି ହୋଲି ପର୍ବର ପରମ୍ପରାନୁଶାରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗେଇ କାର୍ଯ୍ୟକ୍ରମକୁ କିଛି ସମୟ ରଙ୍ଗାୟିତ କରିଥିଲା। ଶେଷରେ ସଦସ୍ୟ ଅଜୟ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button