State
ଛତିଆ ନୟା ପାଟଣା ସ୍ଥିତ ରାଧେଶ୍ବରୀ ମନ୍ଦିର ର 18ତମ ଜନ୍ମ ବାର୍ଷିକ ଉତ୍ସବ


ଛତିଆ ନୟା ପାଟଣା ସ୍ଥିତ ରାଧେଶ୍ବରୀ ମନ୍ଦିର ର 18ତମ ଜନ୍ମ ବାର୍ଷିକ ଉତ୍ସବ ଗତ କାଲି ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି, ଏହି ଉପଲକ୍ଷେ ଏକ ଦିବଶୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଂଜ୍ଞ ଅନୁଷ୍ଠିତ ହୋଇଥିଲା,ଅଙ୍କୁରୋପଣ କଳସ ଯାତ୍ରା ଘଟ ସ୍ଥାପନ ସୂର୍ଯ୍ୟ ପୂଜା ଗୋ ପୂଜା ପୁଷ୍ପାଞ୍ଜଳି ପ୍ରଦାନ ଓ ପୂର୍ଣ୍ଣାହୁତି ସମୟ ରେ ନାମ ସଂକୀର୍ତନ ହୋଇଥିଲା,ମନ୍ଦିର ପ୍ରତିଷ୍ଠାତା ସ୍ବର୍ଗତ ଡକ୍ଟର ରତ୍ନାକର ସାହୁ ଙ୍କ ଧର୍ମ ପତ୍ନୀ ପଦ୍ମାବତୀ ମା କର୍ତ୍ତା ଭାବରେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ମୁଖ୍ୟ ପୁରୋଧା ନୃସିଂହ ଚରଣ ମିଶ୍ର ପଣ୍ଡିତ ସ୍ମୃତି ରଞ୍ଜନ ମିଶ୍ର ଚକ୍ର ଧର ପତି ବେଦ ପାଠ କରିଥିଲେ, ମଧୁ ସ୍ମିତା ଶୁଚିସ୍ମିତା ରୁପାଲୀ ମୋନାଲିସା ଓ ଚଞ୍ଚଲ କଳସ ଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ,ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




