ଐତିହାସିକ ଅମରାବତୀ ମଠ ପକ୍ଷରୁ ଦୋଳ ମିଳନ ଅନୁଷ୍ଠିତ।


ଛତିଆ, ୨୪। ୩(ଆ.ପ୍ର.): ଫଗୁଣର ରଙ୍ଗ ହେଉଛି ହୋଲି। ଭକ୍ତ ଓ ଭଗବାନ ଏହି ପବିତ୍ର ଦୋଳ ପର୍ବରେ ମିଳନ ହୋଇ ଥାନ୍ତି। ଆ ଦି ପିରୁଷ ଭଗବାନ ଶ୍ରୀ କୃଷ୍ଣ ଓ ଆଦିଶକ୍ତି ସ୍ୱରୁପିଣୀ ଶ୍ରୀ ରାଧାରାଣୀ ଙ୍କ ଅପ୍ରାକୃତ ମିଳନର ପର୍ବ ହେଉଛି ଦୋଳ। ଆଜି ପବିତ୍ର ଗୋବିନ୍ଦ ଫଗୁଣ ପୂର୍ଣ୍ଣମୀ ତିଥିରେ ଯାଜପୁର ଜିଲ୍ଲା ଛତିଆ ସ୍ଥିତ ପୌରାଣିକ ଓ ଐତିହାସିକ ଅମରା ବତୀ ମଠ ପକ୍ଷରୁ ଦୋଳ ମିଳନ ଅନୁଷ୍ଟିତ ହୋଇ ଯାଇଛି। ମଠ ପରିଚାଳନା କମିଟି ପକ୍ଷରୁ ସମସ୍ତ କର୍ମ କର୍ତ୍ତା ଓ ସଦସ୍ୟ ବୃନ୍ଦ ଓ ବରିଷ୍ଠ ମୂରବୀ ମାନେ ଉପସ୍ଥିତ ରହି ଏହି ଉତ୍ସବ କୁ ପରି ଚାଳନା କରିଥିଲେ। ମୋଟ ୧୫ ଗୋଟି ଦୋଳ ଗୋବିନ୍ଦ ଯୋଗ ଦେଇ ଥିବା ବେଳେ ଭକ୍ତ ଓ ଭଗବାନ ଙ୍କ ମହା ମିଳନ ହୋଇଥିଲା। ଏହି ଅବସରରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୋଳ ଯାତ୍ରା ପରିଦର୍ଶନ କରି ଥିବା ବେଳେ ରାଧାକୃଷ୍ଣ ଜୀୟୁ ମାନଙ୍କୁ ଦର୍ଶନ କରିଥିଲେ।
ଆଇନ ଶୃଙ୍ଖଳା ଦୃଷ୍ଟିରୁ ବୈରୀ ପୋଲିସ୍ ଓ ଛତିଆ ଅଞ୍ଚଳର ସାମ୍ବାଦିକ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।



