Religion

ଲଣ୍ଡାପଦରରେ ଷୋହଳ ପ୍ରହର ନାମଯଜ୍ଞ,

 

କଣ୍ଟାମାଳ, ୨୩/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ଲଣ୍ଡାପଦର ଗ୍ରାମରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡ଼ମ୍ବରରେ ଷୋହଳ ପ୍ରହର ନାମଯଜ୍ଞ ଶନିବାର ଆରମ୍ଭ ହୋଇଯାଇଛି। ସେଥିପାଇଁ ଶୁକ୍ରବାର ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମର ଶ୍ରଦ୍ଧାଳୁ ମହିଳାମାନଙ୍କୁ ନେଇ ଏକ କଳସ ଯାତ୍ରା ଗ୍ରାମ୍ୟ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରି ଶନିବାର ନାମଯଜ୍ଞ ସକାଳୁ ଆରମ୍ଭ କରାଯାଇଛି। ଆସନ୍ତା ସୋମବାର ଦିନ ପୂର୍ଣ୍ଣାହୁତି ହେବା ନେଇ କମିଟି ସଦସ୍ୟ ଯୋଗୀରାମ ରଣା ପ୍ରକାଶ କରିଛନ୍ତି। ଉକ୍ତ ନାମଯଜ୍ଞରେ ଯଜ୍ଞାଚାର୍ଯ୍ୟ ଭାବେ ପଣ୍ଡିତ ପ୍ରତାପ ପାଣିଗ୍ରାହୀ ଏବଂ ପୁରୋହିତ ଭାବେ ପପୁନ ପାଣିଗ୍ରାହୀ ପୂଜା କାର୍ଯ୍ୟ କରିଥିବା ସ୍ଥଳେ ବଶିଷ୍ଠ ରଣା ଓ ପତ୍ନୀ ପଦ୍ମାଳୟା ରଣା କାର୍ଯ୍ୟ କର୍ତ୍ତା ଭାବେ ପୂଜାକାର୍ଯ୍ୟ ତୁଲାଇଥିଲେ । ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button