State

ସୋଲର ରାଜ ଦୋଳ ମିଳନ ଉଦଯାପିତ

 ସୋଲର ପଂଚାୟତ ରାଜ ଦୋଳ ମିଳନ ମା ମଙ୍ଗଳା ଙ୍କ ପୀଠ ରେ ଆଜି ମହା ସମାରୋହ ରେ ଉଦଯାପିତ ହୋଇଯାଇଅଛି,27ଗୋଟି ବିମାନ ଙ୍କୁ ଗାଦିରେ ବସାଇ ଦଶମ ଉପଚାର ରେ ପୂଜା ନୀତି କରାଯାଇଥିଲା,ପ୍ରତେକ ବିମାନ ଆଗରେ ଲଉଡ଼ି ଖେଳ ରାଧା କୃଷ୍ଣ ଙ୍କ ଉପରେ ଆଧାରିତ କୀର୍ତନ ପରିବେଷଣ କରାଯାଇଥିଲା, ଏକ ବିରାଟ ଶୋଭାଯାତ୍ରା ସାଙ୍ଗକୁ ବର୍ଣା ଢ୍ୟ ପରିବେଶଦର୍ଶକ ଙ୍କୁ ଖୁ୍ଵ ଆନନ୍ଦ ଦେଇଥିଲା, ପୂଜକ କାମା ନନା ଟୀକା ନନା କବି ନନା ତାପସ ନନା ଓଲକି ନନା ଯଥା ରୀତି ନୀତି ଅନୁସାରେ ପୂଜା ପାଠ କରିଥିଲେ, ପରିଚାଳନା କମିଟି ପକ୍ଷରୁ ସଞ୍ଜୟ ବିଶ୍ୱାଳ ବିପିନି ପ୍ରହରାଜ ରମେଶ ମହାପାତ୍ର କାମ ଦେବ ପଣ୍ଡା ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ମାଧବାନନ୍ଦ ମହାପାତ୍ର ରମେଶ ବିଶ୍ୱାଳ ଅରୁଣ କୁମାର ସ୍ୱାଇଁ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button