State

ସାଇମନ୍ଦିର ପ୍ରତିଷ୍ଠା ମହୋତ୍ସବର ଉଦଯାପନୀ ଯଜ୍ଞାହୁତୀ

 ତିର୍ତ୍ତୋଲ -::ଭକ୍ତ ମାନସରେ ପ୍ରଭାବ ବିସ୍ତାର କରିଚାଲିଛି ଶ୍ରୀଶ୍ରୀ ଶିରିଡି ସାଈରାମ ଙ୍କ ଉପାସନା !ଗ୍ରାମରୁ ସହର ସହୁଠି ଆଦର ଶିରିଡି ସାଈନାଥଙ୍କ କରୁଣାବତାର ଶ୍ରଦ୍ଧାମୁର୍ତ୍ତୀ !ଭକ୍ତ ଆଉ ଭକ୍ତିର ଆଧାର ଶ୍ରୀଶ୍ରୀ ସାଈନାଥ ଙ୍କ ଭବ୍ୟ ମନ୍ଦିର ଟିଏ ତୋଳାଯାଇଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ମୂଳିସିଂହ ପଞ୍ଚାୟତ ଅଧୀନ ହରସିଂପୁର୍ ଗ୍ରାମରେ ! ଯୋଉଠି କଳକଳ ନାଦରେ ବହିଯାଇଛି ପୂଣ୍ୟତୋୟା ହଂଶୁଆ ନଦୀ ର ଧାର !ଗାଁ ପରିବେଶରେ ବୃକ୍ଷ ଡାଳରେ କିଚିରିମିଚିରି କରି ଗୀତ ଗାଉଛନ୍ତି ଆକାଶର ବିହଙ୍ଗମ କୁଳ!ସେଇ ହଂସୁଆ ନଦୀର ତଟଦେଶରେ ବାବା ସାଇନାଥ ଙ୍କ ମନ୍ଦିରପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ମାର୍ଚ୍ଚ ୧୮ ତାରିଖରୁ ଶୁଭାରମ୍ଭ ହୋଇଥିବା, ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ,ତଥା ବୈଦିକ ଯଜ୍ଞ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ୨୨ ତାରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି।ବୈଦିକ ରୀତିନୀତି ଅନୁସାରେ ଅଂକୁରା ରୋପଣ, କଳସ ଶୋଭାଯାତ୍ରା , ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ , ଷୋଡଶ ଉପଚାର ପୂଜାର୍ଚ୍ଚନା କରାଯାଇଥିବା ବେଳେ ଭଜନ ସମାରୋହ , ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ ଓ ସମୂହ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ନିତ୍ୟ ପୂଜକ ବସନ୍ତ କୁମାର ରାଉଳ ଓ ଯୋଗେନ୍ଦ୍ର ପଣ୍ଡା,ଏବଂ ବିଶ୍ଵକର୍ମା ଦୀପକ ମଲ୍ଲିକ ଙ୍କ ସହଯୋଗରେ, ପଣ୍ଡିତ ରଘୁନାଥ ପଣ୍ଡା, ସନ୍ତୋଷ କୁମାର ତ୍ରିପାଠୀ, ଆଚାର୍ଯ୍ୟ ଗୋପୀନାଥ ଦାଶ, ସନତ କୁମାର ନନ୍ଦ , ସୌମ୍ୟ ରଞ୍ଜନ ପଣ୍ଡା , ବିମଳ ପ୍ରାସାଦ ଦାଶ ଓ ସୌମ୍ୟ ରଞ୍ଜନ ଦାଶ ପ୍ରମୁଖ ଯଜ୍ଞ ପୂଜାର୍ଚ୍ଚନା କରିଥିବା ବେଳେ , ସେବାୟତ ଭାବେ ସନ୍ତୋଷ ବାରିକ ଏଥିରେ ସହଯୋଗ କରିଥିଲେ। ସାଇନାଥ ମନ୍ଦିର ଓ ଯଜ୍ଞକମିଟି ର ସଭାପତି କୈଳାଶ ଚନ୍ଦ୍ର ମଲ୍ଲିକ , ଉପସଭାପତି ସୁଧାଂଶୁ ଶେଖର ମଲ୍ଲିକ , ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ , ସହସମ୍ପାଦକ ସୁରେନ୍ଦ୍ର ମଲ୍ଲିକ ଓ କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ମଲ୍ଲିକ ଙ୍କ ସମେତ ଅନୀଲ ଦାସ, ପ୍ରମୋଦ ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ଅଜିତ ମଲ୍ଲିକ, ଶେଖର ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ , ବିଶ୍ଵନାଥ ମଲ୍ଲିକ, ଗୋବିନ୍ଦ ମଲ୍ଲିକ , ରବି ମଲ୍ଲିକ, ସୁଶିଲ ଦାସ , ଜଗୁ ମଲ୍ଲିକ , ସନ୍ତୋଷ ମଲ୍ଲିକ, ବିକାଶ ମଲ୍ଲିକ , ଶେଷଜିତ ମଲ୍ଲିକ , ସାଗରିକା ମଲ୍ଲିକ , କାହ୍ନୁ ଚରଣ ମଲ୍ଲିକ , ଓ ଶିଶିର କୁମାର ମହାନ୍ତି ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । କୈଳାଶ ଚନ୍ଦ୍ର ମଲ୍ଲିକ , ସଂଯୁକ୍ତା ମଲ୍ଲିକ, ସାରଦା ପ୍ରାସାଦ ମହାରଣା ଓ ପଙ୍କଜିନି ମହାରଣା କର୍ତ୍ତା କର୍ତ୍ତ୍ରୀ ଭାବେ ଅଂଶ ଗ୍ରହଣ କରିଥିବା ବେଳେ, ଆଖ ପାଖ ୧୫/୨୦ ଟି ପଞ୍ଚାୟତ ର ଅଧିବାସୀ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ହରସିଂପୁର ଓ ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button