Education

ଜିଲ୍ଲାପାଳଙ୍କ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍କୁଲର ବୁଥ ପରିଦର୍ଶନ

 

 

କଣ୍ଟାମାଳ, ୨୧/୩:( ପ୍ରଭାତ କୁମାର ସାହୁ) ଆଗକୁସାଧାରଣ ନିର୍ବାଚନ ଥିବାରୁ ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ କଣ୍ଟାମାଳ ବ୍ଲକର ଉମା ବିଦ୍ୟାଳୟ, ସାନକଲରାକୋଠା , ଗୋଛାଗୋରା, ଫଟାମୁଣ୍ଡା ଆଦି ଅନେକ ବିଦ୍ୟାଳୟରେ ଥିବା ବୁଥ କେନ୍ଦ୍ରଗୁଡ଼ିକ ବୁଲି ବୁଥଗୁଡିକରେ ସମସ୍ତ ସୁବିଧା ଉପଲବ୍ଧ ଅଛିକି ନା ତାର ସ୍ଥିତି ନିରୀକ୍ଷଣ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟର ସୁବିଧା, ଅସୁବିଧା ସମ୍ପର୍କରେ ବୁଝିଥିଲେ। ଉକ୍ତ ବୁଥ କେନ୍ଦ୍ର ପରିଦର୍ଶନରେ ଜିଲ୍ଲାପାଳଙ୍କ ସମେତ କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡି, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜୟ ମହନ୍ତ, ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଅଜିତ କୁମାର ସେଠି, କନିଷ୍ଠ ଯନ୍ତ୍ରୀ ଇଂ ବୈକୁଣ୍ଠନାଥ ମାଝୀ, ଇଂ ଲଳିତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button