ସହିଦ ନଗର ଦୁର୍ଗା ପୂଜା ସମିତିର ପଖାଳ ଦିବସ ପାଳନ.


ଭୁବନେଶ୍ୱର ଆଜି ବିଶ୍ୱ ପଖାଳ ଦିବସ ଉପଲକ୍ଷେ ସହିଦ ନଗର ଦୁର୍ଗାପୂଜା ସମିତି ତରଫରୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବହୁ ଆଡମ୍ବରରେ ପଖାଳ ଦିବସ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ସହିଦ ନଗର କ୍ଲବ ପିଲାମାନେ ସକ୍ରିୟ ଭୂମିକା ନେଇ ସମସ୍ତଙ୍କୁ ପଖାଳ ସହ ଅନ୍ୟୁନ 13 ପ୍ରକାର ବ୍ୟଞ୍ଜନ ଯଥା ଆଳୁ ଭର୍ତ୍ତା, ବଢିଚୁରା, ଶାଗ, କାକୁଡି, ପଣସ ବରା, ବାଇଗଣୀ, ଦହି, ପକୁଡି ଭଳି ଅନେକ ପ୍ରକାର ଭଜା ଓ ତରକାରୀ ପରିବେଷଣ କରାଯାଇଥିଲା. ପ୍ରତି ବର୍ଷ ଆମେ ବିଶ୍ୱ ପଖାଳ ଦିବସ ପାଳନ କରିଆସୁଛୁ, ଏ ବର୍ଷ ପ୍ରବଳ ବର୍ଷା ସତ୍ୱେ ମାଙ୍କ ଆଶୀର୍ବାଦ ଯୋଗୁଁ ସାତଶହ ଲୋକଙ୍କ ପାଇଁ ଦହିପଖାଳ ଆୟୋଜନ ହୋଇଛି ଓ ଲୋକମାନେ ଆନନ୍ଦରେ ଭୋଜନ କରୁଛନ୍ତି ବୋଲି କହିଛନ୍ତି ସହିଦ ନଗର ଦୁର୍ଗା ପୂଜା ସମିତିର ସଭାପତି ହେମନ୍ତ କୁମାର ପଣ୍ଡା. ପଖାଳ ହେଉଛି ଓଡ଼ିଆ ଅସ୍ମିତାର ଖାଦ୍ୟ, ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ଠାରେ ଦହିପଖାଳ ଭୋଗ ଲାଗିଥାଏ, ଆମେ ମାନେ ସମସ୍ତେ ଫାଷ୍ଟ ଫୁଡ ଜଙ୍କ ଫୁଡ ଖାଇ ଶରୀରକୁ ଅସୁସ୍ଥ କରିବାରୁ ବିରତ ରହି ସମସ୍ତଙ୍କୁ ଆମର ପାରମ୍ପରିକ ଖାଦ୍ୟ ଦହି ପଖାଳ ଆହାର ଭାବେ ଗ୍ରହଣ କରି ଶରୀରକୁ ନିରୋଗ ଓ ନିରାପଦ ରଖିବାକୁ ଆହ୍ୱାନ ଦେଇଛନ୍ତି ଦୁର୍ଗା ପୂଜା ସମିତିର ସମ୍ପାଦକ ମନ ରଞ୍ଜନ ଦାସ.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




