ଛେନାଗୁଡ ଖିଆ ଗୋପିନାଥଙ୍କର ବାର୍ଷିକୋତ୍ସବ


ଯାଜପୁର ଜିଲ୍ଲା ଛତିଆ ନିକଟସ୍ଥ ଗୋଠମୁହଁ ଗ୍ରାମରେ ରହିଛନ୍ତି ପ୍ରସିଦ୍ଧ ଛେନାଗୁଡ ଖିଆ ଗୋପିନାଥ. ପ୍ରଭୁ ଗୋପୀନାଥଙ୍କ ବିଶେଷତ୍ବ ହେଉଛି କି କାହାରି କୌଣସି ଜିନିଷ ହଜିଗଲେ ଗୋପୀନାଥଙ୍କୁ ଛେନାଗୁଡ ଭୋଗ ଯାଚିଦେଲେ ଭକ୍ତ ତାଙ୍କର ହଜି ଯାଇଥିବା ଜିନିଷ ପାଇଥାଏ. ତେଣୁ ପ୍ରଭୁ ଗୋପୀନାଥଙ୍କ ନିକଟରେ ପ୍ରତିଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସି ଛେନାଗୁଡ ଭୋଗ ଲଗେଇଥାଏ. ଏହି ପ୍ରତେକ୍ଷ ଦେବତା ପ୍ରଭୁ ଗୋପୀନାଥଙ୍କର ବାର୍ଷିକୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି. ପ୍ରଥମ ଦିନରେ ସୋମବାର ସ୍ଥାନୀୟ ଜଶରାଜପୁର ଶୈବ ପୀଠ ଘାଟରୁ ଗୋପିନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା. କଟକ ଜିଲ୍ଲା ଟାଙ୍ଗୀ ବ୍ଲକର ଟାଙ୍ଗୀ, ଗୋବିନ୍ଦପୁର, ଅଡମ୍ବରୁ, ନହରା, ମାହାଙ୍ଗା ବ୍ଲକର କଇଥା, ସମସରପୁର, ଯାଜପୁର ଜିଲ୍ଲାର ଛତିଆ, ନେଳିଆ ସୋଲର ଆଦି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଶ୍ରଦ୍ଧାଳୁଙ୍କ ଏହି କଳସ ଶୋଭାଯାତ୍ରା ବିଭିନ୍ନ ଗାଁ ପରିକ୍ରମା କରି ପ୍ରଭୁ ଗୋପୀନାଥଙ୍କ ମନ୍ଦିରରେ ପହଞ୍ଚିଥିଲେ. ଏହା ପରେ ବ୍ରାହ୍ମଣମାନଙ୍କ ମନ୍ତ୍ର ଧ୍ବନୀରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା. ଦ୍ବିତୀୟ ଦିନରେ ଯଜ୍ଞ ଆରମ୍ଭ ହୋଇ ସନ୍ଧ୍ଯାରେ ପୂର୍ନାହୁତି ହୋଇଥିଲା. ଦୁଇ ଦିନ ଧରି ସନ୍ଧ୍ୟାରେ ପ୍ରତିଷ୍ଠିତ କଲାକାରକ ଦ୍ବାରା ଭଜନ ପରିବେଷଣ ହୋଇଥିଲା. ଦୁଇଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ଯୋଗ ଦେଉଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା. ଏହି ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ଗୋଠମୁହଁ ଗାଁର ସଭାପତି ଭଗବାନ ପାଲ, ସମ୍ପାଦକ ଗୋପାଲ ନାଥଙ୍କ ପରିଚାଳନାରେ ଦିଲ୍ଲୀପ କୁମାର ଦାସ, ଶୁସାନ୍ତ କୁମାର ସାହୁ, ସାମ୍ବାଦିକ କମଳାକାନ୍ତ ପାଲ, ଅଜୟ କୁମାର ନାଥ, ଲକ୍ଷ୍ମୀଧର ନାୟକ, ଦିପକ କୁମାର ଷେଣ୍ଢ, ଉପେନ୍ଦ୍ର ସାହୁ, କପିଳ ଚରଣ ପାଲଙ୍କ ସମେତ ଗୋଠମୁହଁ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ସହଯୋଗ କରିଥିଲେ.



