Religion

ତବଡ଼ା ଗ୍ରାମର ଶିବ ମନ୍ଦିର ପ୍ରତିଷ୍ଠା ଓ ୨୪ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା

କଣ୍ଟାମାଳ, ୧୯/୩:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତ ଅଧିନସ୍ଥ ତବଡ଼ା ଗ୍ରାମସ୍ଥିତ ଯୋଗେଶ୍ଵର ବାବାଙ୍କ ମନ୍ଦିର ରତ୍ନମୁଦ ,ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା ଓ ୨୪ ପ୍ରହର ନାମଯଜ୍ଞ ନିମନ୍ତେ ମଙ୍ଗଳବାର ଦିନ ଅଧିନସ୍ଥ ତବଡ଼ା, ତମ୍ବାସିନା,ମାଣିକପୁର, ଶ୍ରୀମାଳ, ଡଙ୍ଗାକଟା, ବଡ଼ବାହାଲ , ବିରା ମୁଣ୍ଡା, ସାନତଣ୍ଡାମୁଣ୍ଡା, ମାଲପଡ଼ା ସମସ୍ତ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ସହିତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶହସ୍ରାଧିକ ମହିଳା ମୁଣ୍ଡରେ କଳସ ଧରି ମନ୍ଦିରରୁ ପ୍ରାୟ ୩କି:ମି:ଦୂରତା ବିଶିଷ୍ଟ ବନ୍ଧଖଣ୍ଡି ତେଲ ନଦୀ ଘାଟରୁ ପୂଜାର୍ଚ୍ଚନା ପରେ ଜଳପୂର୍ଣ୍ଣ କଳସ ଧରି ଶଙ୍ଖ, ଘଣ୍ଟ, ସଂକୀର୍ତ୍ତନର ତାଳେ ତାଳେ ଗ୍ରାମ୍ୟ ପରିକ୍ରମା ପରେ ମନ୍ଦିର ପ୍ରାଙ୍ଗଣ ସ୍ଥିତ ମଣ୍ଡପରେ କଳସ ସ୍ଥାପନ କରିଥିଲେ।ପରେ ଗାୟିକା ବର୍ଷାରାଣୀ ତ୍ରୀପାଠିଙ୍କ ଦ୍ଵାରା ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା। ଝଡ ତୋଫାନ ବର୍ଷା ସତ୍ତ୍ୱେ ଶହଶହ ଶ୍ରୋତା ରାମାୟଣ ପାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମର ମିଳିତ ସହଯୋଗରେ ୭ ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ହେବା ନେଇ ପୂଜା କମିଟୀର ସଭାପତି ପୂର୍ଣ୍ଣଚନ୍ଦ୍ର ରଣା ପ୍ରକାଶ କରିଛନ୍ତି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button