State

ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧୁକାରୀଙ୍କ ବୈଠକ

 

 ଢେଙ୍କାନାଳ, ୧୭/୩: ଢେଙ୍କାନାଳ ପୌରାଂଚଳ ଶ୍ୟାମାଚରଣପୁର ଶ୍ୟାମାନ ଠାରେ ଥିବା ବେସରକାରୀ ଅନୁଷ୍ଠାନ ଶେୟାର ସଭାଗୃହ ଠାରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଆରକ୍ଷୀ ଅଧୂକାରୀ ସଂଘର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କ ଅଧ୍ଯକ୍ଷତାରେ ଏକ ସଂଘୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ସଭାରେ ସଂଘର ୩୫ ଜ ୫ଜଣ ସଭ୍ୟ ଯୋଗ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଭାପତି ଭାବେ ଅକ୍ଷୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ କୁମାର ମିଶ୍ର ଏବଂ ଗୋବର୍ଦ୍ଧନ ସାହୁ, ସଂପାଦକ ଭାବେ ବ୍ରହ୍ମାନନ୍ଦ ନାଏକ, କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ଦାସଙ୍କୁ ମନୋନିତ କରାଗଲା । ଯୁଗଳ କିଶୋର ଦାସ ଓ ନିତ୍ୟାନନ୍ଦ ପତି ଦ୍ବୟଙ୍କୁ ଯୁଗ୍ମ ସଂପାଦକ ଭାବରେ ମନୋନିତ କରାଗଲା । ସଭାପତି ଓ ସମସ୍ତ ସଭ୍ୟମାନେ ଏକ ସରରେ ସମ୍ମତି ପ୍ରଦାନ କିରିଥିଲେ ଏବଂ ସମୁହ ଭାବରେ ନିଜ ନିଜର ଭଲମନ୍ଦ, ଦୁଃଖସୁଖରେ ଭାଗ ନେଇ ପରସ୍ପର ସାହାଯ୍ୟ ଓ ସହାନୁଭୁତି ଦେବା ସଙ୍ଗେ ସଙ୍ଗେ ଏକ ସରରେ ମତଦାନ କରିଥିଲେ । ସଂଘ ପରିବାର, ମୋ ପରିବାର ନାରା ଦେଇ ସଂଘ ଏକତା ଜିନ୍ଦାବାଦ ନାରା ଦେଇଥିଲେ ।

Related Articles

Back to top button