Education

ଦିବ୍ୟାନୁର ଫାଉଣ୍ଡେସନର ସାର୍ଟିଫିକେଟ ପ୍ରଦାନ ଉତ୍ସବ ଅନୁଷ୍ଠିତ.

ଭୁବନେଶ୍ୱର ଆଜି ରୋଟାରିଭବନରେ ଦିବ୍ୟାନୁର ଫାଉଣ୍ଡେସନ ତରଫରୁ ବିଭିନ୍ନ ଘରୋଇ ଅନୁଷ୍ଠାନ ଦ୍ୱାରା ନିଯୁକ୍ତି ପାଇଥିବା ଯୁବକ ଯୁବତୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବା ପାଇଂ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା. ୟେଶ ରିଟେଲ ବ୍ୟାକିଙ୍ଗ ପ୍ରୋଜେକଟର ଭ୍ୟାଲେଡୀକ୍ଟୋରୀ ପ୍ରୋଗ୍ରାମ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପିଏଲ କାଟେଗୋରିର ପିଲାମାନେ ସ୍କିଲ ଡେଭେଲପମେଣ୍ଟ ଟ୍ରେନିଂ ପାଇ ବିଶେଷ କରି କମ୍ୟୁନିକେସନ ସେକ୍ଟରରେ ଟ୍ରେନିଂ ପରେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଥିବାରୁ ଆଜି ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ମାନିତ କରିବା ପାଇଁ ଅତିଥିମାନେ ଆସିଛନ୍ତି ବୋଲି କହିଛନ୍ତି ଦିବ୍ୟାନୁର ଫାଉଣ୍ଡେସନର ପ୍ରୋଜେକ୍ଟ ହେଡ଼ ସ୍ୱାଗତ କୁମାର ଦାସ. ଉଜ୍ଜଇନ ବ୍ୟାଙ୍କର ଆର୍ଥିକ ସହାୟତାରେ ଓଡିଶା ଓ ରାଜସ୍ଥାନରୁ ଗରିବ ଶିକ୍ଷିତ ପିଲାଙ୍କୁ କର୍ମନିଯୁକ୍ତି ପାଇଁ ଟ୍ରେନିଂ ଦେଇ ବିଭିନ୍ନ କମ୍ପାନୀରେ ପ୍ଲେସମେଣ୍ଟ ଦେବା ଆମର ମୁଖ୍ୟ କାମ ବୋଲି କହିଛନ୍ତି ସାଗର ଦାସ. ମୁଁ ଜଗତସିଂହପୁରରୁ ଆସି ଚାକିରୀ ଖୋଜୁଥିବାବେଳେ ଭୁବନେଶ୍ୱରରେ ସାଗର ଦାସଙ୍କ ସହଯୋଗ ନେଇ କମ୍ପୁଟର ଟ୍ରେନିଂ ନେଇ କଟକରେ ଗୋଟେ ଘରୋଇ ଅନୁଷ୍ଠାନରେ କାମ କରି ଭଲ ରୋଜଗାର କରୁଛି ଓ ସବୁ ଗରିବ ଶିକ୍ଷିତ ପିଲାମାନେ ଦିବ୍ୟାନୁର ଫାଉଣ୍ଡେସନ ସାହାଯ୍ୟ ନେଇ ରୋଜଗାର କରିବାକୁ ଆହ୍ୱାନ ଦେଇଛନ୍ତି ରଂଜିତା ମହାନ୍ତି.

ରିପୋର୍ଟ ଦେବ ପ୍ରସାଦ ମହାନ୍ତି.

Related Articles

Back to top button