State

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଆବିର୍ଭାବ ମହୋତ୍ସବ !


ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ କନକପୁର ପଞ୍ଚାୟତର ଝଙ୍କଡ଼ ସତ୍ ସଙ୍ଗ କେନ୍ଦ୍ରରେ, ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଶୁଭ ଆବିର୍ଭାବ ମହୋତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି !ଏହି ସତ୍-ସଙ୍ଗ କେନ୍ଦ୍ରର ଉପସଭାପତି କ୍ୟାପଟେନ ଜ୍ଞାନଜ କୁମାର ସାମନ୍ତରାୟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ରତ୍ନାକର ନାୟକ ସଭାପତିତ୍ବ କରିଥିଲାବେଳେ, ମୂଖ୍ୟବକ୍ତା ଭାବେ ରାଇରଙ୍ଗପୁରର ନବୀନ ଆଚାର୍ଯ୍ୟ , ଇଂ ବିଜୟ କୁମାର ମାଦେଳି , ନିରୋଦ ଆଚାର୍ଯ୍ୟ , କ୍ଷୀରୋଦ କୁମାର ସାହୁ, ମାନସ କୁମାର ପ୍ରଧାନ , ନିରଞ୍ଜନ ଜେନା , ସୁରେନ୍ଦ୍ରନାଥ ଷଡଙ୍ଗୀ , ଅଧ୍ୟାପକ ଦୀପକ ରଞ୍ଜନ ସିଂହ, ସତ୍ୟବାନ ତ୍ରିପାଠୀ ପ୍ରମୁଖ ସହପ୍ରତି ରିତିକ୍ ମାନେ, ଠାକୁର ଙ୍କର ମାର୍ଗ ଦର୍ଶନ ରେ ଅନୁପ୍ରାଣିତ ହୋଇ, ତାଙ୍କର ସ୍ବରଚିତ ଭକ୍ତିଗ୍ରନ୍ଥ ର ପଠନ, ଶ୍ରବଣ ଓ ଅବଗାହାନ କରି ଆଧ୍ୟାତ୍ମିକ ଜୀବନ ଯାପନ କରିବାପାଇଁ, ନିଜ ନିଜର ବକ୍ତବ୍ୟ ରେ ଆବେଗପୁର୍ଣ୍ଣ ଆହ୍ବାନ ଦେଇଥିଲେ। ଏହି ଉପଲକ୍ଷେ ପ୍ରାତଃ ସମୟରେ ବେଦ ମାଙ୍ଗଳିକ ଓ ନହବତ ପରେ ପ୍ରାର୍ଥନା, ସଦଗ୍ରନ୍ଥ ପାଠ , ସହିତ ସଙ୍ଗୀତାଞ୍ଜଳି ଅର୍ପଣ କରାଯାଇଥିଲା । ସକାଳ ୯ ଟା ବେଳେ ଶ୍ରୀ ଶ୍ରୀ ଠାକୁର ଙ୍କୁ ଏକ ସୁସଜ୍ଜିତ ବିମାନରେ ଆରୋହଣ କରାଯାଇ, ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ମଧ୍ୟରେ ନଗର ପରକ୍ରମା କରାଯାଇଥିଲା । ଏଥି ସହିତ ଦିବସ ବ୍ୟାପି ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପରିବେଷଣ କାର୍ଯକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା। ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଗ୍ରହଣରେ ଏହି ସତ୍ ସଙ୍ଗ କେନ୍ଦ୍ରର ପରିବେଶ ଚଳଚଞ୍ଚଳ ହୋଇଉଠିଥିବାର ଦେଖିବାକୁ ମିଳିଥିଲା

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button