ଛତିଆ ପୁସ୍ତକ ମେଳା ର ଉଦ୍ଘାଟନ ଉତ୍ସଵ


ବଡ଼ଚଣା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଷରରେ ପୁସ୍ତକ ମେଳା ର ଉଦ୍ଘାଟନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ପୁସ୍ତକ ମେଳା ଉଦ୍ଘାଟନ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ବୈରୀ ପୋଲିସ୍ ପ୍ରସିକ୍ଷଣ ଅନୁଷ୍ଠାନ ର ଅଧ୍ୟକ୍ଷ ଅଶୋକ ଦେଉରି ଯୋଗ ଦେଇ ଫିତା କାଟି ଉଦ୍ଘାଟନ କରିଥିଲେ। ଛତିଆ ବରିଷ୍ଟ ନାଗରିକ ମଞ୍ଚର ଉପସଭାପତି ଅକ୍ଷୟ କୁମାର ନନ୍ଦ,ସୁ ସାହିତିକ ବିଜୟ ଲଷ୍ମୀ ମହାନ୍ତି ନେଳିଆ ସରପଞ୍ଚ ଜୟନ୍ତି ସ୍ବାଇଁ, ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ସିଆର ସି ସି ରଶ୍ମି ରଞ୍ଜନ ଷେଣ୍ଢ, ୁ,ମଞ୍ଚାସୀନ ହୋଇ ପୁସ୍ତକ ର ଉପଦେୟତା ଉପରେ ଆଲୋକପାତ କରିଥିଲେ।ଛତିଆ ସମିତି ସଭ୍ୟ ଦୀପକ ସାହୁ ମଞ୍ଚ ପରିଚାଳନା କରିଥିଲେ,ପରିଶେଷ ରେ ସ୍ତମ୍ଭକାର ମିହିର ପ୍ରତାପ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ, ବିଜୟିନୀ ନନ୍ଦ ସାଂସ୍କୃତିକ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ । କାହାଣୀ ପ୍ରକାସନି, ବର୍ଣ୍ଣମାଳା, ସାଇ ଯମୁନା, ଆସାନି, ଗାନ୍ଧୀ ବହିଘର, ଉତ୍କଳିକା, ପଥିକ, ଇସ୍କନ , ବ୍ରହ୍ମା କୁମାରୀ ପ୍ରକାଶକ ମାନେ ନିଜର ପୁସ୍ତକ ମାନ ପ୍ରଦର୍ଶିତ କରିଥିଲେବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




