ଅଗ୍ନିଵୀର ଏକ ଦିବସୀୟ କର୍ମଶାଳା


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଭାରତ ସରକାରଙ୍କ ବେଟି ବଚାଓ ବେଟି ପଢାଓ ଯୋଜନା ତଥା ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ ବିଭିନ୍ନ କଲେଜ ର ଛାତ୍ରୀ ମାନଙ୍କ ସକାଶେ ଅଗ୍ନି ବୀର ସମ୍ପର୍କିତ ଏକ ଦିବସୀୟ କର୍ମଶାଳା ତାଲିମ ଓ ପରାମର୍ଶ ଶିବିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ବେହେରା ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳନ୍ଦୁ ମହାପାତ୍ର,,ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢି,ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ ଉତ୍ତରାୟ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦୁଲାଲ ସେନାପତି,କିଶୋର ନ୍ୟାୟ ବୋର୍ଡ ସଦସ୍ୟା ସ୍ୱର୍ଣଲତା ମହାନ୍ତି,ଭବାନୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ଛାତ୍ରୀମାନଙ୍କୁ ଭାରତୀୟ ସେନାରେ ଯୋଗଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଭାରତୀୟ ସେନା ତରଫରୁ ଗୋପାଳପୁର ସ୍ଥିତ ଆର୍ମି ରିକ୍ରୁମେଣ୍ଟ ଅଫିସ ରୁ ସୁବେଦାର ମେଜର ସଂଜୀବ କୁମାର ଦୀକ୍ଷିତ ଯୋଗଦାନ କରି ଛାତ୍ରୀମାନଙ୍କୁ ଅଗ୍ନି ବୀର ପାଇଁ କିପରି ପ୍ରସ୍ତୁତ କରିବେ, ଏହାର ସୁବିଧା,ସୁଯୋଗ ତଥା ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରି ଦେଶର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମ ରେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ,ପ୍ରଗତି ମହାବିଦ୍ୟାଳୟ,ବିକାଶ ଆବାସିକ ମହାବିଦ୍ୟାଳୟ ଓ ଶାସ୍ତ୍ରିଜି ମହିଳା ମହାବିଦ୍ୟାଳୟ ମାନଙ୍କରୁ ୧୮୦ ଜଣ ଛାତ୍ରୀ ଓ ଏନ୍ ସି ସି କ୍ୟାଡେଟ ଯୋଗ ଦେଇଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




