Education

ସମଗ୍ର ଶିକ୍ଷା ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଲେପଟପ୍ ବଣ୍ଟନ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଲେପଟପ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସହରସ୍ଥିତ ସମଗ୍ର ଶିକ୍ଷା ସଭାଗୃହ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଶା ରେଡ୍ଡୀ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା, ସାଇଟସେଭର ପ୍ରକଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର ଶିକ୍ଷା ଷ୍ଟାର୍ ପ୍ରକଳ୍ପ ପକ୍ଷରୁ ୯ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲେପଟପ୍ ଦିଆଯାଇଥିବା ବେଳେ ସାଇଟସେଭର ଦ୍ଵାରା ୭ଟି ଲେପଟପ, ୬ଟି ସ୍ମାର୍ଟ ଫୋନ୍, ୧୫ଟି ବ୍ରେଲ୍ କିଟ୍ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ସମଗ୍ର ଶିକ୍ଷା ପକ୍ଷରୁ ଅନ୍ତର୍ନିବେଶୀ ଶିକ୍ଷାର ସଫଳ ରୂପାୟନ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଜିଲ୍ଲା ସାଧନ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଅନେକ ସମୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ସହାୟତା ଯୋଗେଇ ଦିଆଯାଉଛି। ଆଗାମୀ ଦିନମାନଙ୍କରେ ମଧ୍ୟ ସମଗ୍ର ଶିକ୍ଷା ପକ୍ଷରୁ ସହାୟତା ଜାରି ରହିବ ବୋଲି ସୂଚନା ମିଳିଛି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button