ଛତିଆ ରାଜ ଦୋଳ ମିଳନ ମହୋତ୍ସବ ଅବସରରେ ହସ୍ତ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ।


ବଡ଼ଚଣା,୧୬।୩.(ନି: ପ୍ର) ରାଜ୍ୟ ସରକାରଙ୍କ ହସ୍ତ ତନ୍ତ ବୟନ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଛତିଆ ରାଜ ଦୋଳ ମିଳନ ମହୋତ୍ସବ ଅବସରରେ ରାଜ୍ୟ ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଓ ଜିଲ୍ଲା ହସ୍ତ ଶିଳ୍ପ ବିଭାଗ ପକ୍ଷରୁ ହସ୍ତ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ ହୋଇ ଯାଇଛି। ମହୋତ୍ସବର ବର୍ଷୀୟାନ ମୂରବୀ କପିଳ ଚରଣ ପୃଷ୍ଟି ଏହି ପ୍ରଦର୍ଶନୀ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀ ମହୋତ୍ସବ ରେ ରାଜ୍ୟ ଉତ୍କଳ ସର୍ବୋଦୟ ସଭା ପତି ତଥା ମିଳନ କମିଟିର ଆବାହକ ମିହିର ପ୍ରତାପ ଦାସ ଓ ରାଜ୍ୟ ହସ୍ତ ତନ୍ତ, ହସ୍ତ ଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦ ର ସଦସ୍ୟ ଲକ୍ଷ୍ମୀଧର ଚାନ୍ଦ ଙ୍କ ସମେତ ଜାତୀୟ ହସ୍ତଶିଳ୍ପ ପୁରସ୍କାର ବିଜେତା ମହେଶ୍ୱର ଓଝା ,ଛତିଆ ସରପଞ୍ଚ ରମେଶ ପୃଷ୍ଟି ,ପ୍ରାକ୍ତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଥିଲେ। ମହୋତ୍ସବ କମିଟି ପକ୍ଷରୁ କର୍ମକର୍ତ୍ତା ଶୁଭେ ଛୁ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଭିନ୍ନ କାରିଗର ମାନେ ଉପସ୍ଥିତ ଥିଲେ। ଏଥିରେ ୧୪ ଗୋଟି ଜିଲ୍ଲାରୁ ୧୨୦ ଜଣ କାରିଗର, ବୁଣାକାର ମାନେ ଯୋଗଦେଇ ଥିବା ବେଳେ ୮୦ ଗୋଟି ପ୍ରଦର୍ଶନୀ ହସ୍ତଶିଳ୍ପ ର ବିଭିନ୍ନ ଦୋକାନ ବଜାର ର କାରୁକାର୍ଯ୍ୟ ସାମଗ୍ରୀ ଦେଖିବାକୁ ମିଳିଛି। ଏହି ମହୋତ୍ସବ କୁ ଜିଲ୍ଲା ହସ୍ତ ଶିଳ୍ପ ସହକାରୀ ନିର୍ଦେଶକ ପ୍ରକାଶ ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିଥିଲେ। ଜିଲ୍ଲା ହସ୍ତ ଶିଳ୍ପ ଅଧିକାରୀ କମଳ ଲୋଚନ ସାହୁ, କଲେୟାନ୍ ଟୁଡୁ, ସୁଭାରଂଶୁ ଶେଖର ସାମଲ ମହୋତ୍ସବ ପରିଚାଳନା କରିଥିଲେ। ଆୟୋଜିତ ମହୋତ୍ସବ ରେ ୫୦ ଲକ୍ଷ ଟଙ୍କାର ବିକ୍ରୟ ପଟା କରାଯିବାକୁ ବିଭାଗ ଲକ୍ଷ୍ୟ ରଖି ଥିବା ବେଳେ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ବୋଲି ଜିଲ୍ଲା ସହକାରୀ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ସୂଚନା ଦେଇ ଛନ୍ତି।




