State

ପୁର୍ବତନ ରାଜସ୍ବ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଙ୍କ ୩୨ ତମ ଶ୍ରାଦ୍ଧ-ଶ୍ରଦ୍ଧାଞ୍ଜଳି ଦିବସ ପାଳିତ !

ତିର୍ତ୍ତୋଲ :–ଦିନସିନା ଚାଲିଯାଏ ଚି଼ହ୍ନ ଛାଡ଼ିଦେଇ , ପ୍ରତି ଚି଼ହ୍ନ ଦୁନିଆଁ ରେ ରହେ ସ୍ମୃତି ହୋଇ !! ବିଗତ ଦିନର ହାସ୍ୟ ଜନନେତାଙ୍କ ଅମର ଆତ୍ମା ଆଜି ବି ଜନମାନସରେ ବଞ୍ଚି ରହିଛନ୍ତି !ସେଇ ଜନନାୟକ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଘନିଷ୍ଟ ସହଯୋଗୀ ତଥା ପୁର୍ବତନ ରାଜସ୍ବ ମନ୍ତ୍ରୀ ସ୍ବର୍ଗତ ପ୍ରତାପ ଚନ୍ଦ୍ର ମହାନ୍ତି !ତାଙ୍କର ୩୨ ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ଉତ୍ସବ , ପ୍ରତାପ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ ର ସମ୍ପାଦକ ଆଇନଜୀବି ଅମରଜ୍ୟୋତି ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ , ସ୍ବର୍ଗତଃ ମହାନ୍ତି ଙ୍କ କର୍ମମୟ ଜୀବନରେ ରାଜନୈତିକ ଦକ୍ଷତା ଓ ପାରଦର୍ଶିତା ଉପରେ ଆଲୋଚନା କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ତିର୍ତ୍ତୋଲ ମାଟିର ସେ ଜଣେ ଆଦର୍ଶ ଜନନେତା ଭାବରେ ସ୍ୱୟଂ ପ୍ରତିଷ୍ଠା ଲାଭ କରିଥିଲେ ବୋଲି, ପୁର୍ବତନ ସରପଞ୍ଚ ବିଜୟ ନାୟକ , ଆଇନଜୀବି ମହେଶ ମହାନ୍ତି , ଯୁବନେତା ସିଦ୍ଧାର୍ଥ ଶଙ୍କର ରାଉଳ , ସାରଳା ମନ୍ଦିର ସେବାୟତ ସଂଘର ସଭାପତି ବିଜୟ କୁମାର ରାଉଳ , ବରଦା ପ୍ରସାଦ ଲେଙ୍କା , ସମାଜସେବୀ ଦେବବ୍ରତ ମହାନ୍ତି , ଅକ୍ଷୟ କୁମାର ପରିଡ଼ା ଓ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ମତ ପ୍ରକାଶ କରିଥଲେ । ପରିଶେଷରେ ସାମ୍ୱାଦିକ ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button