ଡ଼ୁମାଳ ପରିଷଦ ଜଗତି କେନ୍ଦ୍ରରେ ମାହେଶ୍ୱରୀ ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ l


ବୌଦ୍ଧ-୧୫/୦୩-(ହୃଦାନନ୍ଦ ମେହେର)-ବୌଦ୍ଧ ଜିଲ୍ଲା ସଦର ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତି ଐତିହାସିକ ପୀଠ ଚାରିଶମ୍ଭୁ ଓ ହନୁମାନ ମନ୍ଦିର ମଧ୍ୟ ସ୍ଥଳୀରେ ଏକ ଭବ୍ୟ ମାହେଶ୍ୱରୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଜଗତି ଗୌଣ୍ଡିଆ ଜୟଦେବ କଲତା ଜମିଦାନ କରିଥିବା ବେଳେ କର୍ତ୍ତା ଭାବେ କାର୍ଯ୍ୟ ତୁଲେଇଥିଲେ l ପୂଜକ ଭାବେ ଶୁଶିଲ କୁମାର ପୁରୋହିତ ଓ ମାହେଶ୍ୱରୀ ଦେହେରୀ ଭାବେ ଶିଶିର କଲତା ଓ ଛବିଳ କର୍ଣ୍ଣ ତୁଳାଇଥିଲେ l ଏହି ଅବସରରେ ଏକ ସାଧାରଣ ସଭା ନିର୍ମାଣ କମିଟିର ଅଧକ୍ଷ ଜୟଦେବ କଳତା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଶମ୍ଭୁ ଗିରି ମଞ୍ଚ ପରିଚାଳନା ଓ ସଂପାଦକୀୟ ବିବରଣୀ ପଠନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଲକ୍ଷ୍ମୀପ୍ରସାଦ ପଂଚାୟତ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ପୁରୋହିତ ମୁଖ୍ୟ ଅତିଥି, ପୂର୍ବତନ ରାଜ୍ୟ ପ୍ରତିଷ୍ଠାତା ସମ୍ପାଦକ ଓ ରାଜ୍ୟ ଉପ ସଭାପତି କୃତ୍ତିବାସ ପଲିଆ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଉତ୍ସାହିତ କରିଥିଲେ l ଶେଷରେ ଅନୁଷ୍ଠାନର କୋଷାଧକ୍ଷ ନିରଞ୍ଜନ ଗିରି ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ନିର୍ମାଣ କମିଟି ସଭ୍ୟ ନବୀନ କର୍ଣ୍ଣ, ପଦ୍ମଚରଣ କର୍ଣ୍ଣ, ଅଭେଦlନନ୍ଦ କଲତା, କେନ୍ଦ୍ର ଉପ- ସଭାପତି ଅଗସ୍ତି କର୍ମୀ, ସହ-ସମ୍ପାଦକ ଦୀନବନ୍ଧୁ ପ୍ରଧାନ, କାର୍ଯ୍ୟକାରୀ ସଭ୍ୟ ଗଦାଧର ମହାକୁଡ, ଶେଷଦେବ କର୍ଣ୍ଣ, ନବୀନ ଡାଙ୍ଗ, ଜମ୍ଭେବ କର୍ଣ୍ଣ, ବିଭୀଷଣ କର୍ମୀଙ୍କ ସମେତ ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ,ଖୁଣ୍ଟବନ୍ଧ, ପଦ୍ମନପୁର ପଞ୍ଚାୟତର ଜାତିଭାଇ ଭାଗ ନେଇଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ



