ଗ୍ରାମ୍ୟ ପୂଜ୍ୟ ପୂଜା କମିଟି ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ


ଚମ୍ପାପୁର ପଂଚାୟତ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ଗୋପୀନାଥ ପୁର ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପୂର୍ଣଚନ୍ଦ୍ର ସାମଲ ଙ୍କ ପ୍ରଥମ ଶ୍ରାଧ ବାର୍ଷିକ ଉପଲକ୍ଷେ ଗତକାଲି ତାଙ୍କ ବାସ ଭବନ ଠାରେ ଗ୍ରାମ୍ୟ ପୂଜ୍ୟ ପୂଜା କମିଟି ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା, ଶିକ୍ଷାବିତ ଭରତ କୁମାର ବେହେରା ଏଥିରେ ସଭାପତିତ୍ୱ କରିଥିଲେ, ବିଧେଇ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ସଭା ଆରମ୍ଭ ହୋଇଥିଲା, ଦିବଂ ଗତ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା,ସ୍ବର୍ଗତ ପୁର୍ଣ ବାବୁ ଥିଲେ ସ୍ଥାନୀୟ ଅଞ୍ଚଳ ର ପ୍ରଥମ ଶିକ୍ଷାବିତ ବିଦ୍ୟାଳୟ ପ୍ରତିଷ୍ଠାତା ଜୋତିଶ ଶାସ୍ତ୍ର ବିଶାରଦ ପାଲା କମିଟି ର ଉପଦେଷ୍ଟା ପୁରାଣ ଶାସ୍ତ୍ରବିଶେଷଂଜ୍ଞ ଓ ଅନୁଷ୍ଠାନ ପ୍ରେମୀ ମଣିଷ, ସନ୍ତୋଷ ସେନାପତି ଲଷ୍ମୀ ଧର ବେହେରା ଦୀନବନ୍ଧୁ ନାଥ ପ୍ରଭାକର ନାୟକ ବାବାଜୀଚରଣ ଓଝା ନାରାୟଣ ମଲିକ ନରେନ୍ଦ୍ର ବାରିକ ଶରତ ଚନ୍ଦ୍ର ସାମଲ ଓ ସାମ୍ବାଦିକ କାର୍ତିକ ଚନ୍ଦ୍ର ରାଉତ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ପୁତ୍ର ପ୍ରଦୀପ୍ତ ଓ ବିଳାସ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




