State

ତିର୍ତ୍ତୋଲ ଆନନ୍ଦମଣ୍ଡପରେ ମହିଳା ଚାଷୀ ମାନଙ୍କୁ ନେଇ ପ୍ରାକୃତିକ କୃଷି କର୍ମଶାଳା 

 

ତିର୍ତ୍ତୋଲ ::- ଭାରତ ଏକ କୃଷି ପ୍ରଧାନ ଦେଶ ବୋଲି ସାରା ପୃଥିବୀ ଜାଣେ! ସବୁ ସମୟରେ କୃଷି ଓ କୃଷକ କୁ ନେଇ ବିଭିନ୍ନ ରୋଚକ ଖବର ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଉନ୍ନତ କୃଷି ପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି !ଉନ୍ନତ କୃଷି ଓ ରୋଗପୋକ ନିରାକରଣ ସଚେତନତାର ବାର୍ତ୍ତା ଦେବାକୁ ତିର୍ତ୍ତୋଲ ଆନନ୍ଦ ମଣ୍ଡପରେ ଏକ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ! ଏହି କର୍ମଶାଳା ଜଗତସିଂହପୁର କୃଷି ବିଜ୍ଞାନକେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ପ୍ରଦୀପ କୁମାର ମାଝୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ,

ରୋଗପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା ରୋଗପୋକ ବିନାଶର କୌଶଳ ପ୍ରଦର୍ଶନ କରିବା ସହିତ ରୋଗପୋକ ବିଶେଷ କରି ପୁର୍ଣିମା, ଅମାବାସ୍ୟା, ଓ ସଂକ୍ରାତିରେ ଫସଲ କୁ ଲାଗିଥାନ୍ତି ବୋଲି କହିଥିଲେ !ଏହି ଦିନଗୁଡିକ ମନେରଖି ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ନିମାସ୍ତ୍ର, ବ୍ରହ୍ମlସ୍ତ୍ର, ଗୋକୃପା ଅମୃତମ, ବିଜାମୃତ, ଜୀବାମୃତ ଆଦି କୀଟନାଶକ କୃଷିବିଜ୍ଞାନୀଙ୍କ ପରାମର୍ଶ କ୍ରମେ ପ୍ରୟୋଗ କରିବାକୁ ସଚେତନ କରିଥିଲେ !ଅଗ୍ରଣୀ ଚାଷୀ ରାଜକିଶୋର ତ୍ରିପାଠୀ ଓ ପ୍ରତାପ କୁମାର ସାହୁ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଟିର ଉର୍ବରତା ନଷ୍ଟ ହେବା ଓ ଜୈବିକ ଖତ ର ପ୍ରୟୋଗରେ ପନିପରିବା, ଫଳ ଆଦି ଲାଭଦାୟକ ଫସଲ କରିବାକୁ ପରାମର୍ଶ ଦେଇଥିଲେ !ବର୍ତ୍ତମାନ ସମୟରେ ରାସାୟନିକ ସାର ଦ୍ୱାରା କିପରି

ଜିଆ, ଗେଣ୍ଡା, କଙ୍କଡା ନଷ୍ଟ ହେବା ଯୋଗୁଁ ଜମିର ଉର୍ବରତା ବି ନଷ୍ଟ ହୋଇଥାଏ,

କାରଣ ଜମିର ଜୀବାଣୁ ଗୁଡିକ ଜିଆ, ଗେଣ୍ଡା କଙ୍କଡା ଖାଇଯାଆନ୍ତି ,ଯାହା ଫଳରେ ପୁଷ୍ଟିଯୁକ୍ତ ଫସଲ ମିଳିଥାଏ ବୋଲି ଶ୍ରୀଯୁକ୍ତ ମାଝୀ ମତ ଦେଇଥିଲେ !ଅନ୍ୟମାନଙ୍କ ମଧ୍ୟରେ ଉଦ୍ଭିଦ ସ୍ୱାସ୍ଥ୍ୟ ପରୀକ୍ଷାଗାର ସହାୟିକା ବିଜୟିନୀ ସାହୁ,ରମାକାନ୍ତ ରାଉଳ, ଶରତ କୁମାର ଦାଶଏବଂ ସମାଜସେବୀ ବିବେକାନନ୍ଦ ହୋତା ପ୍ରମୁଖ ଉପସ୍ଥିତ ଥାଇ ଗାଈ ଚାଷ, ମାଛ ଚାଷ ବତକ ଚାଷ, କୁକୁଡ଼ା ଚାଷ ଉପରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ !ଏହି କର୍ମଶାଳାକୁ ନିମକଣା କୃଷିବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ପରିଚାଳନା କରିଥିବାବେଳେ ଏହି ଶିବିରରେ ୪୦ ରୁ ଅଧିକ ମହିଳା ଚାଷୀ ଉପସ୍ଥିତ ଥିବାର ଦେଖାଯାଇଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button