ପାଞ୍ଚ ଦିନ ବ୍ୟାପି ଗ୍ରାମ ର 53ତମ ବାର୍ଷିକ ହରିହର ମେଳା ଅନୁଷ୍ଠିତ


ନେଳିଆ ପଂଚାୟତ ଅଧୀନ ଶୁକଦେଇପୁର ବସନ୍ତ ମଙ୍ଗଳା ଙ୍କ ବିଜେ ସ୍ଥଳୀ ଠାରେ ଚଳିତ ମାସ ବାର ତାରିଖ ଠାରୁ ଷୋହଳ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ଗ୍ରାମ ର 53ତମ ବାର୍ଷିକ ହରିହର ମେଳା ଅନୁଷ୍ଠିତ ହେଉଅଛି,30ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗଦାନ କରିଛନ୍ତି,4ଗୋଟି ମହାମନ୍ତ୍ର କୁ ନାମ ସଂକୀର୍ତନ ମାଧ୍ୟମ ରେ ପରିବେଷଣ କରାଯାଉଅଛି, ଦୁଇଟିଗାଦି କୁ ପ୍ରଦକ୍ଷିଣ କରାଯାଉଅଛି, ଏଥି ସହିତ ଯଂଜ୍ଞ ରେ ଆହୁତି ପ୍ରଦାନ କରାଯାଉଅଛି, ଭିମସେନ ରାଉତକର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ଲଷ୍ମୀଧର ରାଉତ କର୍ତ୍ତା ଭାବେ ଯଂଜ୍ଞ ରେ ଆହୁତି ପ୍ରଦାନ କରୁଛନ୍ତି, ପଣ୍ଡିତ ମନ ମୋହନ ତ୍ରିପାଠୀ ଅନନ୍ତ କିଶୋର ତ୍ରିପାଠୀ ଓ ସନ୍ତୋଷ ତ୍ରିପାଠୀ ବେଦ ମନ୍ତ୍ରପାଠ କରୁଛନ୍ତି, ବିଧାୟକ ଅମର ପ୍ରସାଦ ଶତପଥି ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁସମିତି ସଭ୍ୟା ଗୀତାଞ୍ଜଳି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ,ପୂର୍ଣ୍ଣାହୁତି ଦିନ ଛତିଆ ବଟ ମଣିମା ପ୍ରଦୁମକୁମାର ଦାଶ ଭକ୍ତ ମାନଙ୍କୁ ଦର୍ଶନ ଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଅଛି, ପଦ୍ମନାଭ ରାଉତ ଙ୍କ ପ୍ରତେକ୍ଷ୍ୟ ତତ୍ୱା ବଧାନ ରେ ଅନୁଷ୍ଠିତ ହରି ହାଟ ରେ କୈଳାସ ରାଉତ ପବିତ୍ର ରାଉତ ଜିତେନ୍ଦ୍ର ସାମଲ ବିଚିତ୍ରା ନନ୍ଦ ରାଉତ ଭାସ୍କର ଖଟୁଆ ହୃଷିକେଶ ପ୍ରଧାନ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରୁ ଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




