State

ଅଗ୍ନି ବିପନ୍ନ ପରିବାର କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସହାୟତା… ଶୁଖିଲା ଖାଦ୍ୟ ସହ ବସ୍ତ୍ର ପ୍ରଦାନ…

 

 

ହରଭଙ୍ଗା 13/3/24( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମର ବିକ୍ରମ ବେହେରା ଓ ଦୁର୍ଯ୍ୟଧନ ବେହେରା ଙ୍କ ଙ୍କ ଚାରି ବଖରା ଘର ସହିତ ଗୋଟିଏ ଗୁହାଳ ଗତ 11 ତାରିଖ ରେ ନିଆଁ ଲାଗି ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଛି । ଏଥିରେ ପ୍ରାୟ 2 ଲକ୍ଷ ଟଙ୍କା ର ସମ୍ପତି ପୋଡି ନଷ୍ଟ ହୋଇଯାଇଛି।ଖବର ପାଇ ଛତ୍ରଙ୍ଗ ରାଜସ୍ବନିରୀକ୍ଷକ ବିପନ୍ନ ପରିବାର ପାଖରେ ପହଂଚି ଦୁଇଗୋଟି ଜରିପାଲ ପ୍ରଦାନ କରିଥିଲେ । ବୁଧବାର ଦିନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ବିପନ୍ନ ପରିବାର ଙ୍କ ପାଖକୁ ଯାଇ ପହଂଚି ଥିଲେ, ଓ ତାଙ୍କର ସବୁ ସୁଖ ଦୁଃଖ ପଚାରି ବୁଝିଥିଲେ।ସାଙ୍ଗରେ ଚାଉଳ, ଚୁଡା, ଚିନି, ବିସ୍କୁଟ ଶୁଖିଲାଖାଦ୍ୟ, ବସ୍ତ୍ର ସହିତ କିଛି ଆର୍ଥିକ ସହାୟତା ମଧ୍ୟ ବିପନ୍ନ ପରିବାର କୁ ପ୍ରଦାନ କରିଥିଲେ। ପରେ ସରକାରୀ ସହାୟତା ପ୍ରଦାନ ପାଇଁ ବୌଦ୍ଧ ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଙ୍କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ବିପନ୍ନ ପରିବାର ଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଉଜିଲ୍ଲାପାଳ ଙ୍କ ନିକଟରେ ଦାବି ରଖିଥିଲା l ଏହି ପ୍ରଦାନ ସମୟରେ ଆସୋସିଏସନ ର ଉପଦେଷ୍ଟା ବିଭୁଦତ୍ତ ବୋଷ, ସମ୍ପାଦକ ଭାଗବତ ମେହେର, ସଦସ୍ୟ ସୁଶାନ୍ତ ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦା ନନ୍ଦ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ l

Related Articles

Back to top button