Religion

ଚାରି ଦିନ ବ୍ୟାପି ବାର୍ଷିକ ଶୋହଳ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ

 

ଛତିଆ ଉପର ବଜାର ସାରୁ କିଆରୀ ଶନି ଠାକୁର ଙ୍କ ବିଜେ ସ୍ଥଳୀ ଠାରେ ଚଳିତ ମାସ 9ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ 4ଦିନ ବ୍ୟାପି ବାର୍ଷିକ 16ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହେଉଅଛି,9ତାରିଖ ଦିନ ଗୀତା ଯଂଜ୍ଞ, ଗୁଲୁରୀ ସାହୁ କର୍ତ୍ତା ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ରାତି ରେ ନୃତ୍ୟ ପ୍ରତି ଯୋଗିତା ହୋଇଥିଲା, ବିଜେତା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା,10ତାରିଖ ମଧ୍ୟ ରାତ୍ରିଠାରୁ ନାମ ଯଂଜ୍ଞ ଅନୁଷ୍ଠିତ ହୋଇଥିଲା ସୁବାସ ସିଂହ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ କାଳିଆ ନନା ବେଦ ମନ୍ତ୍ର ପାଠ କରୁଛନ୍ତି 16ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଛନ୍ତି, ବାରୁଆଳି ସାଜସଜାସଂକୀର୍ତନ ମଣ୍ଡଳୀ ଙ୍କ ପଥ ପ୍ରାନ୍ତ ରାସ କେଳି ଲଉଡ଼ିଖେଳ ଦେଖିବାକୁ ଜନ ଗହଳି ଲାଗି ରହିଛି, ଶିଳ୍ପୀ ମାନସ ସିଂହ କାରୁକାର୍ଯ୍ୟ ଅତି ନିଖୁଣ ଭାବରେ କରିଥିବା ବେଳେ ରାଜା ଓ ରମେଶ ତାଙ୍କୁ ସହଯୋଗ କରିଛନ୍ତି ସମସ୍ତ ଗ୍ରାମ ବାସି ମଧ୍ୟ ଏଥିରେ ସହଯୋଗ କରିଛନ୍ତି, ତିନି ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button